ରାସ୍ତା ନିର୍ମାଣ ନ ହେଲେ ଭୋଟ ବର୍ଜନ

କେନ୍ଦୁଝର,୩।୧: (ନରେଶ ଚନ୍ଦ୍ର ପଟ୍ଟନାୟକ/ଦୀପକ ମିଶ୍ର): ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗଁା ଗଣ୍ଡାର ଉନ୍ନତି କରିଥିବା କଥା ବଡ଼ ବଡ଼ ପୋଷ୍ଟର ବ୍ୟାନର ମାରି ପ୍ରଚାର ପ୍ରସାର କରିଚାଲିଛନ୍ତି। କିନ୍ତୁ ଦୁର୍ଭାଗ୍ୟର ବିଷୟ ସ୍ବାଧୀନତାର ୭୫ ବର୍ଷ ବିତି ଯାଇଥିଲେ ମଧ୍ୟ ଆଜି ବି କେତେକ ଗଁାର ଉନ୍ନତି ହୋଇ ପାରିନାହିଁ। ଏହା ଦେଖିବାକୁ ମିଳିଛି କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ  ପଞ୍ଚାୟତ ବିସ୍ତାପାଳ ମଶାଣିପଦା ସାହିରେ। ଏହି ଗଁାକୁ ଭଲ ରାସ୍ତା ନ ଥିବାରୁ ଲୋକେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏଥିରେ ଅସନ୍ତୋଷ ପ୍ରକାଶ କରି ଆସନ୍ତା ନିର୍ବାଚନ ପୂର୍ବରୁ ରାସ୍ତା ନିର୍ମାଣ କରା ନ ଗଲେ ସାହି ବାସିନ୍ଦା ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି।
ଅନୁଯାୟୀ, ମଶାଣିପଦା ସାହିରେ ପ୍ରାୟ ୭୦ ପରିବାରର ୨୦୦ ଲୋକ ବସବାସ କରନ୍ତି। ବିସ୍ତାପାଳ ଶିବ ମନ୍ଦିରଠାରୁ ଉକ୍ତ ସାହିକୁ ଅରଡେଇ ଓ ମାଛ କାନ୍ଦଣା ନଦୀ କୂଳେ କୂଳେ ପାଖାପାଖି ୧ କି.ମି.ରାସ୍ତା ଦେଇ ଯିବାକୁ ପଡ଼ିଥାଏ। ଏହି ସାହିରେ ଆଦିବାସୀ ମୁଣ୍ଡା ସମ୍ପ୍ରଦାୟର ଲୋକେ ବସବାସ କରିଆସୁଥିବାବେଳେ କିଛି ଗଣ୍ଡ ଓ ଗଉଡ଼ ସମ୍ପ୍ରଦାୟର ଲୋକେ ରହୁଛନ୍ତି। ତେବେ ଉକ୍ତ ୧ କି.ମି. ରାସ୍ତା ଖାଲଖମାରେ ପରିପୂର୍ଣ୍ଣ ହୋଇଯାଇଥିବା ବେଳେ ଏବେ ମରଣଜନ୍ତା ପାଲଟିଛି। ବର୍ଷା ଦିନରେ ଜୀବନକୁ ବାଜି ଲଗାଇ ଲୋକେ ନାଳ ପାର ହୋଇ ୯ କି.ମି. ରାସ୍ତା ବୁଲି ପଞ୍ଚାୟତକୁ ଚାଉଳ ଓ ଭତ୍ତା ପାଇଁ ଯାଇଥାନ୍ତି। କେନ୍ଦୁଝର ଡିଆର୍‌ଡିଏ ତରଫରୁ ୨୦୧୯-୨୦ ଆର୍ଥିକ ବର୍ଷରେ ମସିଣାବିଲା ନାଳରେ ପୋଲ ନିର୍ମାଣ ପାଇଁ ୨ ଲକ୍ଷ ଟଙ୍କାର କାର୍ଯ୍ୟାଦେଶ ମିଳିଥିଲା। ଠିକାଦାର କାର୍ଯ୍ୟ ଆରମ୍ଭ କରିଥିବାବେଳେ ୨୦୨୦-୨୧ରେ ୮୨୫.୬୨୫.୦୦ ଟଙ୍କା ଅର୍ଥ ବରାଦ ହୋଇ କାର୍ଯ୍ୟ ହୋଇଥିଲା। ପୁନର୍ବାର ର୍‌ ୨୦୨୧-୨୨ରେ ୩ ଲକ୍ଷ ୪୦ ହଜାର ଟଙ୍କାର ଅର୍ଥ ମଞ୍ଜୁର ହୋଇ କାର୍ଯ୍ୟ ହୋଇଛି, କିନ୍ତୁ ଅଦ୍ୟାବଧି ପୋଲ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନାହିଁ । ଯୁବ ଓ ଶ୍ରମ ବିକାଶ ମଞ୍ଚ କେନ୍ଦୁଝରଗଡ଼ ସଭାପତି ରଞ୍ଜନ କୁମାର ବେହେରା ଓ ଉପସଭାପତି ଜୟକୃଷ୍ଣ ନାଏକ ଉକ୍ତ ସାହିକୁ ଯାଇ ରାସ୍ତା ଓ ପୋଲ ଦେଖି ବର୍ଷା ଦିନ ପୂର୍ବରୁ ପୋଲ ଓ ରାସ୍ତା ସାରିବା ଏବଂ ପୋଲ କାର୍ଯ୍ୟ କରିଥିବା ଠିକାଦାରଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲାପାଳଙ୍କୁ ଅବଗତ କରିଛନ୍ତି। ସରକାର ତୁରନ୍ତ ରାସ୍ତା ଓ ପୋଲ କାମ ନ କଲେ ଆଗାମୀ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରାଯିବ ବୋଲି ସାହିର ବିରଞ୍ଚି ମୁଣ୍ଡା, ବାବୁଲାଲ ଜାମୁଦା, ମଙ୍ଗଳ ଜାମୁଦା, ବିଜୟ କୁମାର ଜାମୁଦା, ଟୁରା ମୁଣ୍ଡା, ଲିପ୍ସା ମୁଣ୍ଡା, ସୁକୁଲାଲ ମୁଣ୍ଡା, ଚାନ୍ଦମଣି ମୁଣ୍ଡା, ରାଇ ମୋନି ସଏ,ଗୌର ସଏ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ଆଶ୍ରୟସ୍ଥଳ ଛାତରୁ ଖସି ୫ ବର୍ଷୀୟା ଝିଅଙ୍କ ମୃତ୍ୟୁ ଅଭିଯୋଗ

ଝରିଗାଁ,୨୭।୧୦(କିଶୋର ଚନ୍ଦ୍ର ମଣ୍ତଳ)ନବରଙ୍ଗପୁରରୁ ଭୁବନେଶ୍ୱର ଯାଇ କାମ କରୁଥିବା ଏକ ଦମ୍ପତିଙ୍କ ୫ ବର୍ଷୀୟା ଝିଅ ଶୁକ୍ରବାର ଏକ ବାତ୍ୟା ଆଶ୍ରୟସ୍ଥଳ ଛାତରୁ ଖସି ପ୍ରାଣ...

ବିଜେଡି ବିଧାୟକଙ୍କୁ ଅଣଦେଖା: ଗଣେଶ୍ୱର

କେନ୍ଦ୍ରାପଡ଼ା,୨୭ା୧୦(ଜଗନ୍ନାଥ ଧଳ)ବାତ୍ୟା ‘ଦାନା’ ପ୍ରଭାବରେ କ୍ଷୟକ୍ଷତିର ଆକଳନ ଚାଲିଛି। ଏହି ସମୟରେ ଶାସକ ଓ ବିରୋଧୀ ଦଳର କଳି ଆରମ୍ଭ ହୋଇଛି। ବାତ୍ୟା ପରିଚାଳନାରେ ଶାସକ...

୧୦୮ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ମାନବିକତା: ବାତ୍ୟାବେଳେ ଅସୁସ୍ଥ ମହିଳାଙ୍କୁ ବୋହି ଆମ୍ବୁଲାନ୍ସ ଯାଏ ଆଣିଲେ

ରାଜନଗର,୨୭ା୧୦(ଭାସ୍କର ରାଉତରାୟ): ବାତ୍ୟା ‘ଦାନା’ ତାଣ୍ଡବ ଆରମ୍ଭ ହେବା ପୂର୍ବରୁ ରାଜନଗରରେ ବର୍ଷା ଆରମ୍ଭ ହୋଇଯାଇଥିଲା। ଏହି ସମୟରେ ରାଜନଗର ବ୍ଲକ ଡେରା ପଞ୍ଚାୟତ କାଠୁଆଗଣ୍ଡ...

ବନ୍ୟା ସ୍ଥିତି: ୧୦ ଗାଁ ବିଚ୍ଛିନ୍ନ

ବାଲେଶ୍ୱର(ବାଞ୍ଛାନିଧି ଦେ)/ ନୀଳଗିରି(ପ୍ରଶାନ୍ତ ବିଶ୍ୱାଳ), ୨୭।୧୦: ବାତ୍ୟା ‘ଦାନା’ ପ୍ରଭାବରେ ଦୁଇଦିନ ଧରି ଲଗାଣ ବର୍ଷା ଯୋଗୁ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି। ଉପରମୁଣ୍ଡରେ ହୋଇଥିବା...

ପୁରୀରେ ହବିଷ୍ୟାଳିଙ୍କ ମୃତ୍ୟୁ: ଚିକିତ୍ସାରେ ଅବହେଳା ଅଭିଯୋଗ ଆଣିଲେ ପରିବାର ଲୋକେ

ପୁରୀ ୨୬ା୧୦(ଅଜିତ୍‌ କୁମାର ମହାନ୍ତି): ରାଜ୍ୟ ସରକାରଙ୍କ ପକ୍ଷରୁ ହବିଷ୍ୟାଳିଙ୍କ ପାଇଁ ପୁରୀରେ ହବିଷ୍ୟାଳି କେନ୍ଦ୍ର କରାଯାଇଛି। ୪ଟି କେନ୍ଦ୍ରରେ ହବିଷ୍ୟାଳିମାନଙ୍କ ରହିବା ନିମନ୍ତେ ପ୍ରଶାସନ...

ମଣ୍ଡି ବୁଲି ସ୍ଥିତି ଦେଖିଲେ ଜିଲାପାଳ

ଅତାବିରା,୨୬ା୧୦(ହୃଷୀକେଶ ଖମାରୀ): ବରଗଡ଼ ଜିଲାରେ ଧାନ ଅମଳ ଆରମ୍ଭ ହୋଇଛି। ଧାନ ସଂଗ୍ରହ ନୀତି ନିର୍ଦ୍ଧାରଣ ବୈଠକ ପରେ ଜିଲାରେ ମଣ୍ଡିଗୁଡ଼ିକରେ ଧାନ ସଂଗ୍ରହ କରାଯିବ।...

ସ୍କ୍ରବ୍‌ ଟାଇଫସ୍‌ରେ ଚାଷୀଙ୍କ ମୃତ୍ୟୁ ଅଭିଯୋଗ

ବରଗଡ଼୨୬।୧୦(ପ୍ରେମାନନ୍ଦ ଖମାରୀ): ସ୍କ୍ରବ ଟାଇଫସରେ ଆକ୍ରାନ୍ତ ହୋଇ ଶନିବାର ଜଣେ ଚାଷୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ହେଲେ, ବରଗଡ଼ ଜିଲା ପାଇକମାଲ...

ବୁଲେଟରେ ଆସି ଯୁବକଙ୍କ ଉପରକୁ ବୋମା ଫିଙ୍ଗିଲେ ଦୁର୍ବୃତ୍ତ, ଆଉ ତା’ପରେ…

ଦିଗପହଣ୍ଡି,୨୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ମୁଖ୍ୟରାସ୍ତାରେ ଥିବା ଏକ ଘରୋଇ ଫାଇନାନ୍ସ କମ୍ପାନୀ ଶାଖା କାର୍ଯ୍ୟାଳୟ ଏବଂ ଜିମ୍‌ ନିକଟରେ ଶନିବାର ସନ୍ଧ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri