ଇମ୍ଫାଲ, ୪।୫: ମଣିପୁରରେ ଘଟିଥିବା ହିଂସାତ୍ମକ ଘଟଣା ଭିତରେ ଦଙ୍ଗାକାରୀଙ୍କ ଉପରେ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଦିର୍ଦ୍ଦେଶରେ ସ୍ପଷ୍ଟ ଭାବେ ଲେଖାଯାଇଛି ଯେ, କେବଳ ବିଷମ ପରିସ୍ଥିତିରେ ପୋଲିସ ଏଭଳି ପଦକ୍ଷେପ ନେଇପାରିବେ।
ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀ ଏନ୍ ବିରେନ୍ ସିଂ ଟୁଇଟରରେ ଏକ ଭିଡିଓ ଜାରି କରି ନିଜର ବାର୍ତ୍ତା ରଖିଛନ୍ତି। ଜନସାଧାରଣଙ୍କୁ ନିବେଦନ କରି କହିଛନ୍ତି ଯେ, ରାଜ୍ୟରେ ଶାନ୍ତି ରକ୍ଷା କରିବାକୁ ସରକାରଙ୍କୁ ସାହାଯ୍ୟ କରନ୍ତୁ। ରାଜ୍ୟରେ ଦୁଇ ସମ୍ପ୍ରଦାୟଙ୍କ ମଧ୍ୟରେ କିଛି ଭୁଲ ବୁଝାମଣା ଯୋଗୁଁ ଏପରି ହିଂସା ସୃଷ୍ଟି ହୋଇଛି। ତେଣୁ ଏହି ସମୟରେ କେହି ବି ରାଜ୍ୟରେ ଭଙ୍ଗାରୁଜା ଏବଂ ହିଂସା ପରିସ୍ଥିତି ସୃଷ୍ଟି କଲେ ଆମେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବୁ ବୋଲି ସେ କହିଛନ୍ତି।