Advertisement

ବାଣିଜ୍ୟ ହ୍ରାସ ପାଇବାରୁ ଭାରତ ସହ ସମ୍ପର୍କ ସୁଧାରିବାକୁ ଅନୁରୋଧ କଲା ଚାଇନା

ବେଜିଂ/ରାଏଟରା, ୧୫।୭:ନିଜ ଅଭିସନ୍ଧିତ୍ସୁ କାର୍ଯ୍ୟକଳାପରୁ ବାଦ୍‌ ପଡୁ ନ ଥିବା ଚାଇନା ଏବେ ନିଜ ବେପାରରେ ଘାଟା ହେବା ଯୋଗୁ ଭାରତ ପାଖରେ ଗୁହାରି ଲଗାଇଛି। ଶ୍ରୀଲଙ୍କା ପରେ ଭାରତ ଚାଇନାର ଦ୍ୱିତୀୟ ବ୍ୟାପାର ପାଇଁ ବଡ ବଜାର ସୃଷ୍ଟି କରିଥିଲା। କିନ୍ତୁ ଚାଇନାର ଏଲଏସି ସୀମାରେ ଅନୁପ୍ରବେଶ, ଅରୁଣାଚଳ ପ୍ରଦେଶର କିଛି ଅଂଶକୁ ନିଜର କହି ରାତିରାତି ମାଡିବସିବା କିମ୍ବା ଗଲଓ୍ବାନ ଘାଟିରେ ସଂଘର୍ଷ ପରି କାର୍ଯ୍ୟରେ ଲିପ୍ତି ରହିବା ଯୋଗୁ ଭାରତ ତା’ର ବାଣିଜ୍ୟିକ ସମ୍ପର୍କକୁ ଚାଇନା ସହ ଶିଥିଳ କରି ସାରିଛି।

ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରେ ଏସିଆନ ବୈଠକରେ ଚାଇନାର ବରିଷ୍ଠ କୂଟନୀତିଜ୍ଞ ଓ୍ବାଙ୍ଗ ୟି ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଦୁଇ ଦେଶ ଭଧ୍ୟରେ ସୁସମ୍ପର୍କ ଆଣିବାକୁ ଅନୁରୋଧ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share