ଗଛ ବଞ୍ଚିଲେ ଆମେ ବଞ୍ଚିବା

ଗଞ୍ଜାମ,୮।୯(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଖଟୁଆକୁଦା ଗ୍ରାମ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ଛାତ୍ରୀଛାତ୍ରଙ୍କ ଏକ ନିଆରା ପ୍ରୟାସ ଦେଖିବାକୁ ମିଳିଛି l ଗଛ ବଞ୍ଚିଲେ ଆମେ ବଞ୍ଚିବା ନାରା ଦେଇ ଗୁରୁଦିବସରୁ ଆରମ୍ଭ ହୋଇଛି ବୃକ୍ଷ ରୋପଣ କାର୍ଯ୍ୟକ୍ରମ।

ଏହି ଅବସରରେ ସ୍କୁଲ ପରିସରରେ ପ୍ରାୟ ୧୦ରୁ ଊର୍ଦ୍ଧ୍ୱ ବିଭିନ୍ନ ପ୍ରକାରର ଗଛ ଲଗାଯାଇଥିଲା। ମୁଖ୍ୟ ଅତିଥି ଭାବେ ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ବିଜୟ କୁମାର ବେହେରା ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ। ସ୍କୁଲ ପରିଚାଳନା କମିଟି ସଭାପତି ଶବର କୁମାର ତରାଇ, ଗ୍ରାମ୍ୟ କମିଟି ସଭାପତି ବୃନ୍ଦାବନ ସାହୁ, ଶିକ୍ଷକ ରଘୁନାଥ ସାହୁ, ପ୍ରମୋଦ ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ l ଏହି ଅବସରରେ ସ୍କୁଲର ପ୍ରାକ୍ତନ ପ୍ରଧାନ ଶିକ୍ଷୟିତ୍ରୀ ପ୍ରମିଳା ଶବର, ଶିକ୍ଷୟିତ୍ରୀ ପ୍ରିୟଙ୍କା ପଲାଇ, ଶିକ୍ଷକ ରବୀନ୍ଦ୍ର ସେଠୀଙ୍କୁ ସ୍କୁଲ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ସହକାରୀ ଶିକ୍ଷକ ଦିବ୍ୟସିଂହ ପଲାଇ, ଶିକ୍ଷୟିତ୍ରୀ ସ୍ବପ୍ନାରାଣୀ ପଲାଇ, ଧନୁ ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Share