ଭାକ୍ସିନ୍‌ ନ ନେଲେ ମୋବାଇଲ୍‌ ସିମ୍‌ କାର୍ଡ ହେବ ବ୍ଲକ୍‌, କଡ଼ା ନିର୍ଦ୍ଦେଶ ଜାରି କଲେ ସରକାର…

କରାଚି,୨୨।୬: କରୋନା ମହ।ମାରୀ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ଲାଗି ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ପାକିସ୍ତାନର ପଞ୍ଜାବ ପ୍ରଦେଶରେ ସରକାରଙ୍କ ପକ୍ଷରୁ ଟିକା ନେବାକୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଭାକ୍ସିନ୍‌ ନେଉ ନ ଥିବା ଲୋକଙ୍କ ଉଦ୍ଦେଶ୍ୟରେ ପଞ୍ଜାବ ସରକାର କହିଛନ୍ତି ଯେ, ଏଭଳି ଲୋକଙ୍କ ମୋବାଇଲ୍‌ ସିମ୍‌ କାର୍ଡ ହେବ ବ୍ଲକ୍‌ କରାଯିବ। ପ୍ରଦେଶର ସ୍ବାସ୍ଥ୍ୟମନ୍ତ୍ରୀ ଡ. ୟାସମିନ୍‌ ରଶିଦ୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏକ ବୈଠକରେ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ପ୍ରଦେଶରେ ଲୋକଙ୍କ ମଧ୍ୟରେ ଟିକାକରଣ ନେଇ ସଚେତନତା ସୃଷ୍ଟି ଲାଗି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି।

Share