ଶାଶୁ-ବୋହୂଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ପାଇଁ ୬ ସୂତ୍ର

ଶାଶୁ-ବୋହୂ ମଧ୍ୟରେ କଳହ ହେବା ଖବର ଅଧିକାଂଶ ସମୟରେ ଖବରକାଗଜ ତଥା ଟିଭିରେ ଦେଖିବାକୁ ଏବଂ ଶୁଣିବାକୁ ମିଳିଥାଏ। ତେବେ ପ୍ରତିଦିନ ଶାଶୁ-ବୋହୂଙ୍କ ମଧ୍ୟରେ ହେଉଥିବା କଳହର ପ୍ରଭାବ ପରିବାରର ଅନ୍ୟ ସଦସ୍ୟଙ୍କ ଉପରେ ପଡ଼ିଥାଏ। ଜ୍ୟୋତିଷ ଶାସ୍ତ୍ରରେ ଏମିତିକି କିଛି ଉପହାୟ ରହିଛି, ଯାହାକୁ ଆପଣାଇ ଏହି ଅସୁବିଧାକୁ ସହଜରେ ଏଡ଼ାଇ ଦିଆଯାଇପାରିବ।
୧. ଶାଶୁ-ବୋହୂଙ୍କ ମଧ୍ୟରେ ଭଲ ସମ୍ପର୍କ ପାଇଁ ପ୍ରତିଦିନ ସକାଳୁ ସୂର୍ଯ୍ୟଦୟ ପୂର୍ବରୁ ଘର ଝାଡୁକରି ମଇଳା ବାହାର କରିଦିଅନ୍ତୁ। ଘରେ କୌଣସି ପ୍ରକାର ମଇଳା ରହିବା ଅନୁଚିତ।
୨. ଯଦି ବୋହୂ ପ୍ରତିଦିନ ସକାଳୁ ସୂର୍ଯ୍ୟ ଦେବତାଙ୍କୁ ଗୁଡ଼ ମିଶା ପାଣି ଦେବେ ତେବେ ଶାଶୁଙ୍କ ସହ ଭଲ ସମ୍ପର୍କ ରହିବ।
୩.ପ୍ରତିଦିନ ଶାଶୁ-ବୋହୂଙ୍କ ମଧ୍ୟରେ କଳହ ହେଉଥିଲେ ଉଭୟ ବେକରେ ରୂପ ଚେନ୍‌ ଲଗାଇଲେ ଭଲ।
୪. ଯଦି ବୋହୂ ଶାଶୁଙ୍କୁ ୧୨ଟି ଲାଲ ଏବଂ ୧୨ଟି ସବୁଜ ରଙ୍ଗର ଚୁଡି ଉପହାର ରୂପେ ଦେବେ ତେବେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଭଲ ରହିବ।
୫. କୌଣସି ଏକ ଶୁକ୍ରବାରରେ ବୋହୂ ମା’ ଗୌରୀଙ୍କୁ ଲାଲ ରଙ୍ଗର ଏକ ଶାଢ଼ୀ ପିନ୍ଧାଇ ଉକ୍ତ ଶାଢ଼ିକୁ ଶାଶୁଙ୍କୁ ଉପହାର ରୂପେ ଦେଲେ ଭଲ।
୬. ପ୍ରତ୍ୟେକ ପୂର୍ଣ୍ଣିମାରେ ବୋହୂ ଘରେ ଖିରୀ ରୋଷେଇ କରି ଶାଶୁଙ୍କୁ ଖୁଆଇଲେ ସମ୍ପର୍କ ମଧୁର ହୋଇଥାଏ।