Categories: ଜାତୀୟ

ବିରୋଧୀ ଏକତାରେ ୨୦୨୪ରେ ବହୁମତ ଆସିଲେ ରାହୁଲ ହେବେ ପ୍ରଧାନମନ୍ତ୍ରୀ: ଭୂପେଶ ବଘେଲ…

ରାୟପୁର,୨୪।୬ : ଦେଶରେ ଭାଜପା ବିରୋଧରେ ବିରୋଧୀ ଏକତା ନେଇ ଉଦ୍ୟମ ଜାରି ରହିଛି। ଏପରିସ୍ଥଳେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଶନିବାର ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଭୂପେଶ କହିଛନ୍ତି ବିରୋଧୀ ଏକତାରେ ୨୦୨୪ ବହୁମତ ଆସିଲେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବେ।

ଦୁର୍ଗରେ ଖବରଦାତାଙ୍କ ସହିତ କଥାବାର୍ତ୍ତା କରି ବଘେଲ କହିଛନ୍ତି, ରାଷ୍ଟ୍ରୀୟସ୍ତରୀୟ ନେତା ବିଚାର ବିମର୍ଷ କରିବା ପରେ ବଡ଼ ନିଷ୍ପତ୍ତି ନେବେ। ନିଷ୍ପତ୍ତି ସମ୍ପର୍କରେ କିଛି ଆଗୁଆ ସୂଚନା ପ୍ରଦାନ କରିବା କଷ୍ଟକର। ତେବେ କଂଗ୍ରେସ କାର୍ଯ୍ୟକର୍ତ୍ତା ଭାବେ ଏହା କହିପରେ, ଯଦି ଆଗାମୀ ଲୋକ ସଭାରେ ବିରୋଧୀଙ୍କ ଏକତାକୁ ସଂଖ୍ୟା ଗରିଷ୍ଠତା ମିଳିବ ତେବେ ରାହୁଲ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ।

Share