Categories: ଜାତୀୟ

ବିହାର ନିର୍ବାଚନରେ କୌଣସି ପ୍ରସଙ୍ଗ ନ ରହିଲେ ମୁମ୍ବାଇରୁ ହେବ ପାର୍ସଲ: ସଞ୍ଜୟ ରାଉତ

ମୁମ୍ବାଇ, ୨୬।୯: ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି। ନିର୍ବାଚନକୁ ଦୃଷ୍ଟିରେ ରଖି ବଲିଉଡ୍‌କୁ ଜାଣିଶୁଣି ଡ୍ରଗ୍ସ୍‌ ମାମଲାରେ ଛନ୍ଦି ଦିଆଯାଇଥିବା ଶିବସେନା ଏମ୍‌ପି ସଞ୍ଜୟ ରାଉତ କହିଛନ୍ତି। ବିହାର ନିର୍ବାଚନରେ କୌଣସି ପ୍ରସଙ୍ଗ ନ ରହିଲେ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ। ମୁମ୍ବାଇରୁ ପ୍ରସଙ୍ଗ ପାର୍ସଲ ହେବ ବୋଲି ସଞ୍ଜୟ କଟାକ୍ଷ କରିଛନ୍ତି। ରାଜ୍ୟରେ ବିଧାନସଭା ନିର୍ବାଚନ ବିକାଶ, ଆଇନ ବ୍ୟବସ୍ଥା ଏବଂ ସୁଶାସନ ଆଧାରରେ ଲଢ଼ାଯିବା ଆବଶ୍ୟକ। ଯଦି ରାଜ୍ୟରେ ଏଭଳି ପ୍ରସଙ୍ଗର ଅଭାବ ରହିଛି ତେବେ ରାଜ୍ୟ ସହିତ ସମ୍ପର୍କ ରଖୁ ନ ଥିବା ଅନ୍ୟ ପ୍ରସଙ୍ଗ ମୁମ୍ବାଇରୁ ପଠାଯାଇ ପାରିବ ବୋଲି ସେ କହିଛନ୍ତି। ଏଭଳି ମନ୍ତବ୍ୟ ନେଇ ସଞ୍ଜୟ ବିହାରରେ କ୍ଷମତାସୀନ ଥିବା ଭାଜପା ଜେଡ଼ିୟୁ ମେଣ୍ଟକୁ ଟାର୍ଗେଟ୍‌ କରିଛନ୍ତି। ଏବେ ସଞ୍ଜୟଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

Share