ମୁମ୍ବାଇ,୨୬।୧୧ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ସରକାରଙ୍କୁ ମହାବିକାଶ ଅଘାଡ଼ି ଏବେ ଘେରିବା ଆରମ୍ଭ କରିଛି। ଛତ୍ରପତି ଶିବାଜୀଙ୍କୁ ନେଇ ରାଜ୍ୟପାଳ ଦେଇଥିବା ବିବାଦୀୟ ମନ୍ତବ୍ୟ ପରେ ଶିନ୍ଦେ ନୀରବ ରହିବା ନେଇ ମହାବିକାଶ ଅଘାଡ଼ି ସରକାରଙ୍କୁ ଟାର୍ଗେଟ କରିଛି।
ସେହିପରି କର୍ନାଟକ ମହାରାଷ୍ଟ୍ର ସୀମା ମଧ୍ୟ ରାଜ୍ୟ ସରକାରଙ୍କୁ ଅଡୁଆରେ ପକାଇଛି। ଏପରିସ୍ଥଳେ ଏକ ସାକ୍ଷାତକାରରେ ଶିନ୍ଦେ କହିଛନ୍ତି ଯେ, ଶକ୍ତି ଥିଲେ ବିରୋଧୀ ଦଳ ତାଙ୍କ ସରକାରକୁ ଭାଙ୍ଗି ଦେଖାନ୍ତୁ। ଏବେ ଶିନ୍ଦେଙ୍କ ଏଭଳି ଚ୍ୟାଲେଞ୍ଜ ନେଇ ରାଜ୍ୟ ରାଜନୀତିରେ ଉଷ୍ମତା ବଢ଼ିଛି। ଉଦ୍ଧବ ଠାକରେ ଏବଂ ସଞ୍ଜୟ ରାଉତଙ୍କୁ ଶିନ୍ଦେ ଏଭଳି କହିଛନ୍ତି।