Categories: ଜାତୀୟ

ବର୍ଦ୍ଧିତ ପେଟ୍ରୋଲ କଥା ପଚାରିବାରୁ ମନ୍ତ୍ରୀ କହିଲେ- ‘ଅସୁବିଧା ନ ଥିଲେ ସୁଖକୁ ଉପଭୋଗ କରିହେବ ନାହିଁ’

ଭୋପାଳ,୧୧।୭: ଅସୁବିଧା ଥିଲେ ହିଁ ସୁଖକୁ ଉପଭୋଗ କରିହୁଏ। ଅସୁବିଧାନ ନ ରହିଲେ, ସୁଖକୁ ଉପଭୋଗ କରିବାରେ ମଜା ଆସିବ ନାହିଁ। ପେଟ୍ରୋଲ ଓ ଡିଜେଲ୍‌ ଦାମ ଅହେତୁକ ବୃଦ୍ଧି ନେଇ ପ୍ରଶ୍ନ କରାଯିବାରୁ ଏଭଳି ବିଚିତ୍ର ଉତ୍ତର ଦେଇଛନ୍ତି ମଧ୍ୟପ୍ରଦେଶର ମନ୍ତ୍ରୀ ଓମ ପ୍ରକାଶ ସାକ୍ଲେଚା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ଦ୍ଧିତ ତୈଳ ଦର ରୋକିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଗଣମାଧ୍ୟମରେ ମିଥ୍ୟା ପ୍ରଚାର କରାଯାଉଥିବା ସେ କରିଛନ୍ତି।

ଦେଶର ୪ ମେଟ୍ରୋ ସହର ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଓ କୋଲକାତାରେ ପେଟ୍ରୋଲ ଦାମ ୧୦୦ ଟଙ୍କା ଅତିକ୍ରମ କରିଛି। ବର୍ତ୍ତମାନ ଅନ୍ୟ ମେଟ୍ରୋ ସହର ଅପେକ୍ଷା ମୁମ୍ବାଇରେ ପେଟ୍ରୋଲ ଓ ଡିଜେଲ ବେଶ୍‌ ମହଙ୍ଗା। ଭ୍ୟାଟ କାରଣରୁ ଭିନ୍ନ ଭିନ୍ନ ରାଜ୍ୟରେ ତୈଳ ଦରରେ ପ୍ରାର୍ଥ୍ୟକ ଦେଖାଯାଏ।

Share