ଜିତିଲେ ଟ୍ରମ୍ପ, ମସ୍କଙ୍କ ସମ୍ପତ୍ତିରେ ୨୦ ବିଲିୟନ ଡଲାର ବୃଦ୍ଧି

ନୁୟର୍କ,୬।୧୧: ଚଳିତ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଲିୟନେୟାର ବ୍ୟବସାୟୀ ତଥା ଟେସ୍‌ଲା ସିଇଓ ଏଲନ ମସ୍କ ଖୋଲାଖୋଲି ଭାବେ ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ସପକ୍ଷରେ ପ୍ରଚାର କରିଥିଲେ। ନିର୍ବାଚନୀ ପ୍ରଚାର ପାଇଁ ସେ ଟ୍ରମ୍ପଙ୍କ ପଲିଟିକାଲ ଆକ୍ସନ କମିଟିକୁ ୧୧୯ ମିଲିୟନ ୟୁଏସ୍‌ ଡଲାରର ଆର୍ଥିକ ସହାୟତା ପ୍ରଦାନ କରିଥିଲେ।

ତେବେ ଟ୍ରମ୍ପ୍‌ ଶାସନ ଗାଦିକୁ ଫେରିବା ପରେ ମସ୍କଙ୍କ ବ୍ୟବସାୟ ଲାଭବାନ ହେବ ବୋଲି ବହୁ ଆର୍ଥିକ ବିଶେଷଜ୍ଞ ଆକଶନ କରିଛନ୍ତି। ଟ୍ରମ୍ପଙ୍କ ବିଜୟ ଯୋଗୁ ମସ୍କଙ୍କ ଅଟୋମୋବାଇଲ କମ୍ପାନୀ ଟେସ୍‌ଲାର ମୂଲ୍ୟରେ ୨୦୦ ବିଲିୟନ ଡଲାର ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏପରି ହେଲେ ଟ୍ରମ୍ପଙ୍କର ସମ୍ପତ୍ତିରେ ମଧ୍ୟ ୨୬ ବିଲିୟନ ଡଲାର ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ ବୋଲି ବିଶେଷଜ୍ଞ ଅନୁମାନ କରିଛନ୍ତି।

ସେହିପରି ଟ୍ରମ୍ପଙ୍କ ପ୍ରଶାସନରେ ମସ୍କଙ୍କର ମହାକାଶଯାନ ନିର୍ମାତା କମ୍ପାନୀ ସ୍ପେସ୍‌ ଏକ୍ସ’କୁ ମିଳୁଥିବା ସରକାରୀ କଣ୍ଟ୍ରାକ୍ଟର ମାତ୍ରା ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି। କେବଳ ଗତ ମାସରେ ଏହି ମହାକାଶ ଯାନ ନିର୍ମାତା କମ୍ପାନୀକୁ ୭୦୦ ମିଲିୟନ ଡଲାରରୁ ଅଧିକ ମୂଲ୍ୟର ସରକାରୀ କଣ୍ଟ୍ରାଟ ମିଳିଥିବାବେଳେ ଟ୍ରମ୍ପଙ୍କ ପ୍ରଶାସନରେ ଏହାର ମାତ୍ରା ଆହୁରି ବୃଦ୍ଧି ପାଇବ।

ଆମେରିକା ସରକାରଙ୍କଠାରୁ ଅଧିକ କଣ୍ଟ୍ରାକ୍ଟ ମିଳିବା ଦ୍ୱାରା ମସ୍କଙ୍କ ବ୍ୟବସାୟ ଅଧିକ ଲାଭବାନ ହେବ ବୋଲି ବହୁ ବିଶେଷଜ୍ଞ ଆକଳନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ତ ଜିତିଗଲେ ଟ୍ରମ୍ପ ମାତ୍ର ଆସନ୍ତାବର୍ଷ ପର୍ଯ୍ୟନ୍ତ ହୋଇପାରିବେନି ରାଷ୍ଟ୍ରପତି, ସାମ୍ନାକୁ ଆସିଲା ଏହି ବଡ଼ କାରଣ…

ଓ୍ବାଶିଂଟନ,୬ା୧୧: ଡୋନାଲ୍ଡ ଟ୍ରମ୍ପ ବୁଧବାର ହ୍ବାଇଟ୍‌ ହାଉସକୁ ଏକ ଅଦ୍ୱିତୀୟ ତଥା ଶକ୍ତିଶାଳୀ ରାଜନୈତିକ ପ୍ରତ୍ୟାବର୍ତ୍ତନ କରିଛନ୍ତି କିନ୍ତୁ ସମ୍ଭବତଃ ସେ ନୂଆବର୍ଷ ପର୍ଯ୍ୟନ୍ତ ରାଷ୍ଟ୍ରପତି...

ଶପଥ ନେଲା ପରେ ପ୍ରଥମ ନିଷ୍ପତ୍ତିରେ ଭାରତକୁ ଝଟକା ଦେଇ ପାରନ୍ତି ଟ୍ରମ୍ପ

ନୂଆଦିଲ୍ଲୀ,୬।୧୧: ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଆମେରିକା ରାଷ୍ଟ୍ରପତି ହେବାକୁ ଯାଉଥିବା ବେଳେ ଭାରତୀୟ ବ୍ୟବସାୟୀମାନଙ୍କୁ ଏଣିକି ଅଧିକ କଷ୍ଟମ ଡ୍ୟୁଟି ଦେବାକୁ ପଡିପାରେ। ବିଶେଷ କରି...

ବିଶ୍ୱରେ ଶାନ୍ତି ଫେରାଇବେ ଟ୍ରମ୍ପ; ବିଜୟ ପରେ ଯୁଦ୍ଧକୁ ନେଇ ଦେଲେ ବଡ଼ ବୟାନ 

ନୂଆଦିଲ୍ଲୀ,୬।୧୧: ଡୋନାଲ୍ଡ ଟ୍ରମ୍ପ ପୁଣି ହ୍ଵାଇଟ ହାଉସରେ ପ୍ରବେଶ କରିବାକୁ ଯାଉଛନ୍ତି। ତାଙ୍କ ବିଜୟ ଅଭିଭାଷଣରେ ସେ ସୂଚାଇ ଦେଇଛନ୍ତି ଯେ ଏକ ପ୍ରମୁଖ ନୀତିଗତ...

ସୁପରପାଓ୍ବାର ଲଢେଇରେ ଭାରତୀୟ ଜ୍ୱାଇଁଙ୍କ ଜିତାପଟ୍‌, ହେବେ ଉପରାଷ୍ଟ୍ରପତି

ଓ୍ବାଶିଂଟନ୍‌,୬।୧୧: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ଏକ ଐତିହାସିକ ବିଜୟ ହାସଲ କରିଛନ୍ତି। ତେବେ ବହୁମତ ପାଇବା ପରେ ତାଙ୍କ ସମର୍ଥକଙ୍କୁ ସମ୍ବୋଧିତ କରି...

ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇବେ ନାହିଁ ପୁଟିନ୍‌

ଓ୍ବାଶିଂଟନ/ମସ୍କୋ: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ବିଜେତା ହୋଇଛନ୍ତି। ରିପବ୍ଲିକାନ୍‌ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ବିଜେତା ହୋଇଛନ୍ତି। ରିପବ୍ଲିକାନ ପ୍ରାର୍ଥୀ ଟ୍ରମ୍ପଙ୍କୁ ୨୭୭ ଇଲେକ୍ଟୋରାଲ...

୩ ବିବାହ, ୫ ସନ୍ତାନ, ରିଅଲ୍‌ ଇଷ୍ଟେଟ୍‌ କିଙ୍ଗ…ଆମେରିକାର ନୂଆ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆହୁରି ଭଲରେ ଜାଣନ୍ତୁ…

ଓ୍ବାଶିଂଟନ,୬।୧୧: ପୁଣି ଥରେ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ଏହି ବିଜୟକୁ ନେଇ ସେ ଦେଶବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି।...

ଟ୍ରମ୍ପ ଜିତିବା ପରେ ଚାଇନାର ବଢିଲାଣି ଟେନଶନ, ବିଶ୍ୱରେ ହଲଚଲ

ଓ୍ବାଶିଂଟନ୍‌,୬।୧୧: ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଆମେରିକା ନିର୍ବାଚନରେ ବାଜି ମାରି ନେଇଛନ୍ତି। ସେ ଦେଶର ୪୭ତମ ରାଷ୍ଟ୍ରପତି ମୁକୁଟ ପିନ୍ଧିବାକୁ ଯାଉଛନ୍ତି। ଟ୍ରମ୍ପ ଡେମୋକ୍ରାଟିକ...

ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଖାସ୍‌ ବାର୍ତ୍ତା ପଠାଇଲେ ମୋଦି, ଏକ୍ସରେ ଲେଖିଲେ…

ନୂଆଦିଲ୍ଲୀ, ୬।୧୧: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡୋନାଲ୍ଡ ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏକ୍ସରେ ପୋଷ୍ଟ କରି କହିଛନ୍ତି, ଐତିହାସିକ ବିଜୟ ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri