ୟୁକ୍ରେନ ସବୁ ସର୍ତ୍ତ ମାନିଲେ ବନ୍ଦ ହେବ ଯୁଦ୍ଧ: ପୁଟିନ୍‌

ମସ୍କୋ,୬।୩: ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ୧୧ ଦିନ ହେବଜାରି ରହିଛି। କିନ୍ତୁ ପରିସ୍ଥିତି ସ୍ବାଭାବିକ ହୋଇନାହିଁ। ରୁଷିଆ ୟୁକ୍ରେନ ଉପରେ ପ୍ରବଳ ବୋମା ମାଡ କରୁଛି। ଫଳରେ ଅନେକ ସହର ଧ୍ୱଂସ ହୋଇଯାଇଛି। ତେବେ ଉଭୟ ଦେଶ ମଧ୍ୟରେ ଯୁଦ୍ଧ କେବେ ଶେଷ ହେବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ତୁର୍କୀ ରାଷ୍ଟ୍ରପତିଙ୍କ ସହ ବାର୍ତ୍ତାଳାପରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି, ୟୁକ୍ରେନ ଆମର ସର୍ତ୍ତ ଗ୍ରହଣ କଲେ, ଯୁଦ୍ଧ ଶେଷ ହେବ। ସର୍ତ୍ତ ଗ୍ରହଣ ନ କଲେ ଯୁକ୍ରେନରୁ ଗୋଟିଏ ପାଦ ପଛକୁ ଫେରିବୁ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ନରସଂହାର ରୋକିବା ପାଇଁ ୟୁକ୍ରେନ ଉପରେ ଆକ୍ରମଣ କରାଯାଇଛି ବୋଲି ସେ କହିଛନ୍ତି।

Share