ଟ୍ରୁଡୋଙ୍କ ଉପରେ ବର୍ଷିଲେ ପେଣ୍ଟାଗନର ପୂର୍ବତନ ଅଧିକାରୀ, କହିଲେ ଆମେ ଭାରତକୁ ସମର୍ଥନ…

ଅଟାଓ୍ବା,୨୩।୯:ଭାରତ ଏବଂ କାନାଡା ମଧ୍ୟରେ ସମ୍ପର୍କ ଚରମରେ ପହଞ୍ଚିଛି। ଦୁଇ ଦେଶ ମଧ୍ୟରେ ଥିବା କୂଟନୈତିକ ସମ୍ପର୍କ ଉପରେ ଆମେରିକା ମଧ୍ୟ ନଜର ରଖିଛି। ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ କହିଛନ୍ତି ଯେ ଆମେରିକା କାନାଡାର ଅଭିଯୋଗ ଉପରେ ତୀକ୍ଷ୍ଣ ନଜର ରଖିଛି। ଏହି ସମୟରେ ପେଣ୍ଟାଗନର ପୂର୍ବତନ ଅଧିକାରୀ ମାଇକେଲ ରୁବିନ ଆଣ୍ଟୋନିଙ୍କ ଉପରେ ବର୍ଷିଛନ୍ତି।

ଇରାନର କୁଦ୍ସ ମୁଖ୍ୟ କାସୀମ ସୁଲେମାନି ଓ ଅଲ-କାଏଦାର ମୁଖ୍ୟ ଓସାମା ବିନ ଲାଡେନଙ୍କ ହତ୍ୟାକୁ ନେଇ ରୁବିନ କହିଛନ୍ତି, ଏହି ତଥ୍ୟ ପରେ ବ୍ଲିଙ୍କେନ କହିପାରିବେ କି ଆମେରିକା ସର୍ବଦା ଅନ୍ତର୍ଜାତୀୟ ଆତଙ୍କବାଦୀଙ୍କ ବିରୋଧରେ ଛିଡା ହୋଇଛି? ଏହା ପରେ ମଧ୍ୟ, ଯଦି ବ୍ଲିଙ୍କେନ ଏହି ବୟାନ ଦିଅନ୍ତି ତେବେ ଆମେ ପ୍ରକୃତରେ କପଟୀ ଅଟୁ। ଆମେରିକା ଯଦି ଚାହୁଁଛି ତେବେ ଦୁଇ ଦେଶ ମଧ୍ୟରୁ ଗୋଟିଏକୁ ସମର୍ଥନ କରୁ। କାରଣ ସମ୍ପର୍କ ସବୁଠି ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଯଦି ଆମକୁ କୁହାଯିବ ତେବେ ଆମେ ଭାରତକୁ ବାଛିବୁ। ନିଜାର ଜଣେ ଆତଙ୍କବାଦୀ ଓ ଟ୍ରୁଡୋ ଏନେଇ ଭୁଲ ତଥ୍ୟରେ ଭାରତ ଉପରେ ଅଭିଯୋଗ ଆଣିଛନ୍ତି।

ପୂର୍ବରୁ ଆଣ୍ଟୋନି କହିଥିଲେ ଯେ ସେ ‘ଅନ୍ତର୍ଜାତୀୟ ଦମନ’ ଘଟଣାଗୁଡ଼ିକ ଉପରେ ଆମେରିକାର ନଜର ରହିଛି। କାନାଡା କରିଥିବା ଅଭିଯୋଗର ତଦନ୍ତରେ ଭାରତ ସହଯୋଗ କରୁ ବୋଲି ଆଣ୍ଟୋନି କହିଛନ୍ତି। କିନ୍ତୁ ଏହି ପ୍ରସଙ୍ଗରେ ଆମରିକା ସିଧାସଳଖ ମନ୍ତବ୍ୟ ଦେବ ନାହିଁ ବୋଲି କହିଛି।

ତେବେ ପେଣ୍ଟାଗନର ପୂର୍ବତନ ଅଧିକାରୀ ମାଇକେଲ ରୁବିନ ଆଣ୍ଟୋନିଙ୍କ ବୟାନରେ ପ୍ରଭାବିତ ନୁହଁନ୍ତି ବୋଲି କହିଛନ୍ତି। କାନାଡା ଭାରତ ବିରୋଧରେ କରିଥିବା ଅଭିଯୋଗର ପ୍ରମାଣ ଉପସ୍ଥାପନ କରି ନ ଥିବାରୁ ସେ କାନାଡା ସରକାରଙ୍କୁ ସମାଲୋଚନା କରିଛନ୍ତି ଏବଂ ଟ୍ରୁଡୋ ଅନ୍ଧାରରେ ଗୁଳି ଚଳାଉଛନ୍ତି ବୋଲି କହିଛନ୍ତି।
ରୁବିନ କହିଛନ୍ତି, ଆମେ ନିଜକୁ ମୁର୍ଖ ବୋଲାଉଛୁ। ନିଜାର ଜଣେ ଆତଙ୍କବାଦୀ, ତାଙ୍କ ହାତରେ ରକ୍ତ ଲାଗିଛି। ସେ ଜଣେ ପ୍ଲମ୍ବର ନୁହନ୍ତି ଯେପରି ଓସାମା ବିନ ଲାଦେନ ଜଣେ ଇଞ୍ଜିନିୟର ନୁହନ୍ତି। ଯାହାକୁ କାନାଡା ନିଜର ନାଗରିକ ବୋଲି ଦାବି କରୁଛି। ଟ୍ରୁଡୋ ବଡ ଭୁଲ କରିଛନ୍ତି। ସେ ଏପରି ଏକ ଅଭିଯୋଗ ଲଗାଇଛନ୍ତି ଯେ ସେ ଏହାକୁ କେହି ବି ସମର୍ଥନ ମଧ୍ୟ କରିିବେ ନାହିଁ। ଅଭିଯୋଗକୁ ସଠିକ୍‌ ଦର୍ଶାଇବା ପାଇଁ ତାଙ୍କ ପାଖରେ ାକଣସି ପ୍ରମାଣ ନାହିଁ। ଏପରି କରି କାନାଡା ଆତଙ୍କବାଦୀଙ୍କୁ କାହିଁକି ଆଶ୍ରୟ ଦେଉଛି ବୋଲି ସେ ଟ୍ରୁଡୋଙ୍କୁ ପ୍ରଶ୍ନ କରିଛନ୍ତି।

 

Share