Categories: ଜାତୀୟ

ରାଗିଗଲେ କେନ୍ଦ୍ରମନ୍ତ୍ରୀ: କହିଲେ, ଟିକା ନ ମିଳିଲେ କ’ଣ ଆମେ ଫାଶୀ ଖୁଣ୍ଟରେ ଝୁଲିବୁ

ବେଙ୍ଗାଲୁରୁ,୧୪।୫: ଦେଶରେ କରୋନା ମାଡି ଚାଲିଥିବାବେଳେ ଟିକାକରଣ କାର୍ଯ୍ୟକ୍ରମ ମଧ୍ୟ ଧିମା ପଡିଯାଇଛି। ଟିକା ପର୍ଯ୍ୟାପ୍ତ ନ ଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେନ୍ଦ୍ର ରସାୟନ ବିଜ୍ଞାନ ଏବଂ ସାର ମନ୍ତ୍ରୀ ଡି.ଭି ସଦାନନ୍ଦ ଗୌଡା ଟିକା କଥା ପଚରାଯିବାରୁ ସେ ରାଗିଯାଇଛନ୍ତି। ଟିକା ଉତ୍ପାଦନରେ ବିଫଳତା ହେତୁ ସରକାରରେ ବସିଥିବା ଲୋକମାନେ ନିଜକୁ ପାଶୀ ଖୁଣ୍ଟରେ ଝୁଲି ପଡିବା ଉଚିତ କି ବୋଲି ସେ ଓଲଟା ପ୍ରଶ୍ନ କରିଛନ୍ତି। ଟିକା ଅଭାବର ପ୍ରଶ୍ନ ଉପରେ କେନ୍ଦ୍ର ମନ୍ତ୍ରୀ ସରକାରଙ୍କ ଯୋଜନା ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ, ଏହାର ନିଷ୍ପତ୍ତି କୌଣସି ରାଜନୈତିକ ଲାଭ ରଖି କରାଯାଉନାହିଁ। ସରକାର ସମ୍ପୂର୍ଣ୍ଣ ସଚ୍ଚୋଟତା ଏବଂ ଅଖଣ୍ଡତା ସହିତ ନିଜର କାର୍ଯ୍ୟ କରୁଛନ୍ତି ଏବଂ ସେହି ସମୟରେ କିଛି ଅଭାବ ସାମ୍ନାକୁ ଆସିଛି। ସେ ସ୍ପଷ୍ଟ କରିଛନ୍ତି ଯେ ସ୍ଥିତି ସୁଧାରିବା ପାଇଁ ସରକାର ଯଥାସମ୍ଭବ ଚେଷ୍ଟା କରୁଛନ୍ତି। ସୂଚନାଯୋଗ୍ୟ, ଟିକାକୁ ନେଇ ସାରା ଦେଶରେ ଅସନ୍ତୋଷ ପ୍ରକାଶ ପାଇଛି। ତେବେ ଡିସେମ୍ବର ସୁଦ୍ଧା ଦେଶରେ ସମସ୍ତ ନାଗରିକଙ୍କୁ ଟିକାକରଣ ପାଇଁ ପର୍ଯ୍ୟାପ୍ତ ଟିକା ମିଳିବ ବୋଲି ସରକାର ପ୍ରତିଶୃତି ଦେଇଛନ୍ତି।

Share