Categories: ଜାତୀୟ

ଯଦି ଆମେ ଦୁର୍ନୀତିଗ୍ରସ୍ତ, ଆମ ସହ ଆଲୋଚନା କାହିଁକି: ଭାଜପାକୁ ସୁପ୍ରିୟାଙ୍କ ପ୍ରଶ୍ନ…

ମୁମ୍ବାଇ,୧୨।୧୦ : ମହାରାଷ୍ଟ୍ରର ଶରଦ ପାୱାର ନେତୃତ୍ୱାଧୀନ ଏନସିପି ଦଳର ନେତା ସୁପ୍ରିୟା ସୁଲେ ଦୁର୍ନୀତି ମାମଲାରେ ଭାଜପାକୁ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯଦି ଏନସିପି ଦଳ ଦୁର୍ନୀତିଗ୍ରସ୍ତ ତେବେ ଭାଜପା ଆମ ଦଳ ସହ କାହିଁକି ଆଲୋଚନା କରୁଛି। ଭାଜପା ଦ୍ୱାରା ଏନସିପି ବିରୋଧରେ ଅଣାଯାଇଥିବା ଦୁର୍ନୀତି ଅଭିଯୋଗକୁ ସେ ଭିତ୍ତିହୀନ ବୋଲି କହିଛନ୍ତି।

ଏନସିପି ଏମପି ସୁପ୍ରିୟା ଭାଜପାକୁ ଏନେଇ କଡ଼ା ସମାଲୋଚନା କରିଛନ୍ତି। ସେ ଭାଜପାକୁ ଦୋହରା ଚେହେରା ରଖିଥିବା କହିଛନ୍ତି। ମୁଁ ବିଜେପିକୁ ପଚାରିବାକୁ ଚାହୁଁଛି ଗୋଟିଏ ପଟେ ତୁମେ ଆମକୁ ଦୁର୍ନୀତିଗ୍ରସ୍ତ ଦଳ ବୋଲି କହୁଥିବାବେଳେ ଅନ୍ୟପଟେ ଛଗନ ଭୁଜବଲ ସୂଚନା ଦେଇଛନ୍ତି ଏନସିପି ଏବଂ ଭାଜପା ମଧ୍ୟରେ ଆଲୋଚନା ଚାଲିଛି। ଯେତେବେଳେ ଏନସିପି ଦୁର୍ନୀତିଗ୍ରସ୍ତ ତେବେ ଭାଜପା ଆମ ସହ କାହିଁକି କଥା ହେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି।

ଦଳ ବିରୋଧରେ ଦୁର୍ନୀତିର ଅଭିଯୋଗକୁ ଅସ୍ବୀକାର କରି ସେ କହିଛନ୍ତି, ଏହା ସ୍ପଷ୍ଟ ଭାବେ ଦର୍ଶାଉଛି ଭାଜପା ଆମ ବିରୋଧରେ ମିଥ୍ୟା ଅଭିଯୋଗ ଆଣିଛି। ଏହାଦ୍ୱାରା ଭାଜପାର ଦୋମୁହାଁ ଚେହେରାର ନୀତି ସ୍ପଷ୍ଟ ହୋଇଛି। ଭାଜପା ବର୍ତ୍ତମାନ ଏହାକୁ ସ୍ପଷ୍ଟ କରିବା ଜରୁରୀ।

Share