‘ସରକାରକୁ ଆସିଲେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଜେଲ ପଠାଇବୁ’

ଭଦ୍ରକ,୩୧।୧(ସନାତନ ରାଉତ): ଓଡ଼ିଶାରେ ଭାଜପା ଓ ବିଜେଡି ମଧ୍ୟରେ ଭିତିରି ବୁଝାମଣା ଚାଲିଛି। ରାଜ୍ୟ ବାସୀଙ୍କୁ ଷଡଯନ୍ତ୍ର କରି ବିଜେଡି ସରକାର ଚଳାଇଛି। ଭିକେ ପାଣ୍ଡିଆନଙ୍କ ଭିଆରଏସ ଆବେଦନକୁ କେନ୍ଦ୍ର ସରକାର ତୁରନ୍ତ ଗ୍ରହଣ କରିବା ଏବଂ ଅବସର ନେବାର ଦିନକପରେ ରାଜ୍ୟ ସରକାର ତାଙ୍କୁ ନବୀନ ଓଡ଼ିଶାର ଅଧ୍ୟକ୍ଷ ପଦରେ ନିଯୁକ୍ତ ଘଟଣା ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଭିତିରି ସମ୍ପର୍କକୁ ପଦାରେ ପକାଇଛି। ବିଜେଡି ସରକାରରେ ଅଧିକାରୀମାନେ ଦୁର୍ନୀତିଗ୍ରସ୍ତ ହୋଇ ରାଜ୍ୟ ରାଜକୋଷ ଲୁଟି ଚାଲିଛନ୍ତି । କଂଗ୍ରେସ ଓଡ଼ିଶାରେ ସରକାରକୁ ଆସିଲେ ସମ୍ପୃକ୍ତ ଅଧିକାରୀଙ୍କୁ ଜେଲ ପଠାଇବୁ ବୋଲି ଭଦ୍ରକ ଜିଲା କଂଗ୍ରସ କାର୍ଯ୍ୟାଳୟରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ଶୁଭେନ୍ଦୁ ରାୟ ମହାପାତ୍ର ଏହହି ସୂଚନା ଦେଇଛନ୍ତି । ସମ୍ମିଳନୀରେ ଜିଲା ସଭାପତି ଅଶୋକ ନାୟକ, ନାରୀ ନେତ୍ରୀ ଅମିତାଲା ଆଚାର୍ଯ୍ୟ, ବଳରାମ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

Share