‘ଏକାକୀ ଲଢ଼ିଲେ ସରକାର ଗଢ଼ିବା ଭଳି ଲଢ଼ିବୁ’

ଭୁବନେଶ୍ୱର,୨୧ା୩(ଅନିଲ ଦାସ): ରାଜ୍ୟରେ ସମ୍ଭାବ୍ୟ ବିଜେଡି-ଭାଜପା ମେଣ୍ଟକୁ ନେଇ ଦ୍ୱନ୍ଦ୍ୱ ଜାରିରହିଛି। ଉଭୟ ଦଳ ଏ ନେଇ ସ୍ପଷ୍ଟ କରୁ ନ ଥିଲେ ମଧ୍ୟ ଆଗାମୀ ଦିନରେ ମେଣ୍ଟ ହେବାକୁ ଯାଉଥିବା କିଛିମାତ୍ରାରେ ସ୍ପଷ୍ଟ ହେବାରେ ଲାଗିଛି । ବିଜେଡିର ବରିଷ୍ଠ ନେତା ତଥା ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମେଣ୍ଟ ସମ୍ପର୍କରେ ପରୋକ୍ଷ ସୂଚନା ଦେଇଥିବାବେଳେ ଭାଜପାର ବରିଷ୍ଠ ନେତା ତଥା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଧ୍ୟ ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇନାହାନ୍ତି।

ନୂଆଦିଲ୍ଲୀଠାରେ ବୁଧବାର ଏକ ଜାତୀୟ ଗଣମାଧ୍ୟମ କନ୍‌କ୍ଲେଭରେ ଯୋଗ ଦେଇ ଶାହା କହିଛନ୍ତି ଯେ ଓଡ଼ିଶାରେ ଏକାଠି ଲଢ଼ିବୁ କିମ୍ବା ଏକା ଲଢ଼ିବୁ ତାହା ସ୍ଥିର ହୋଇନି। ମାତ୍ର ଏକାକୀ ଲଢ଼ିଲେ ରାଜ୍ୟରେ ସରକାର ଗଢ଼ିବା ପାଇଁ ହିଁ ଲଢ଼ିବୁ। ଓଡ଼ିଶାରେ ମେଣ୍ଟ ହେବ କି ନାହିଁ ସେ ନେଇ କିଛି ଚୂଡ଼ାନ୍ତ ହୋଇନି। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଏ ନେଇ ନିଷ୍ପତ୍ତି ନେବେ। ତେବେ ଏହା ନିଶ୍ଚିତ ଯେ ଓଡ଼ିଶାରେ ଆମର ସ୍ଥିତି ଅଧିକ ସୁଦୃଢ଼ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ଓଡ଼ିଶା ଲୋକଙ୍କ ଭଲପାଇବା ଅଛି। ଦଳର କର୍ମକର୍ତ୍ତା ଉତ୍ସାହ, ବିନମ୍ରତାର ସହ ଏହାକୁ ସ୍ବୀକାର କରୁଛନ୍ତି ଓ ଅନୁଭବ ମଧ୍ୟ କରୁଛନ୍ତି। ତେଣୁ ଉଭୟ ବିଧାନସଭା ଓ ଲୋକ ସଭା ନିର୍ବାଚନ ଫଳାଫଳ ବହୁତ ଭଲ ହେବ। ନିର୍ବାଚନୀ ପଣ୍ଡିତମାନଙ୍କ ଗଣନାଠୁ ବହୁ ଅଧିକ ସିଟ୍‌ ପାଇବୁ।

ତେବେ ବିଜେଡି ସହ ମେଣ୍ଟକୁ ନେଇ ଶାହା କହିଛନ୍ତି, କିଛି ବି ହୋଇପାରେ। ଆମେ ଏକାଠି ଲଢ଼ିବୁ କି ଏକାକୀ ଲଢ଼ିବୁ ତାହା ପ୍ରଥମେ ସ୍ଥିର ହୋଇଯାଉ। ଯଦି ମିଶିକି ଲଢ଼ିବୁ, ବିଜୁବାବୁ ନେତା। ସ୍ବାଭାବିକ ଭାବେ ଆମେ ସହଯୋଗୀ ଭଳି ଲଢ଼ିବୁ। ଯଦି ଏକାକୀ ଲଢିବୁ ତା’ହେଲେ ସରକାର ଗଠନ କରିବାକୁ ହିଁ ଲଢ଼ିବୁ। ମେଣ୍ଟ ସର୍ବଦା ଆବଶ୍ୟକତା ଆଧାରରେ ହୁଏନି। ବହୁତ ଦଳ ଦେଶ ସ୍ବାର୍ଥରେ ପ୍ରସଙ୍ଗଭିତ୍ତିକ ସମର୍ଥନ ଦେଇଥାନ୍ତି। ଧାରା-୩୭୦ ଉଚ୍ଛେଦ, ଜିଏସ୍‌ଟି ଓ ନିର୍ବାଚନ ବଣ୍ଡ ଆଦି ପ୍ରସଙ୍ଗରେ ବି ସମର୍ଥନ ମିଳିଛି। କଂଗ୍ରେସ ମଧ୍ୟ ନିର୍ବାଚନ ବଣ୍ଡ ଆଗତ ବେଳେ ବିରୋଧ କରି ନ ଥିଲା। ରାଜନୀତିରୁ ଊର୍ଦ୍ଧ୍ୱକୁ ଉଠି ରାଷ୍ଟ୍ରୀୟ ହିତରେ ରାଜନୈତିକ ଦଳଗୁଡ଼ିକ ସରକାରଙ୍କୁ ସମର୍ଥନ ଦେଇଥାନ୍ତି। ଏହା ହେଉଛି ଗଣତନ୍ତ୍ରର ସୌନ୍ଦର୍ଯ୍ୟ।

ଶାହାଙ୍କ ଏଭଳି ବୟାନ ମେଣ୍ଟ ଚର୍ଚ୍ଚାକୁ ଅଧିକ ରହସ୍ୟଘେରକୁ ଟାଣି ନେଇଛି। ସୂଚନାଯୋଗ୍ୟ ଯେ ମଙ୍ଗଳବାର ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପାଣ୍ଡିଆନ ମେଣ୍ଟ ସମ୍ପର୍କରେ ମତ ରଖି କହିଥିଲେ ଯେ ରାଜ୍ୟରେ ସରକାର ଗଢ଼ିବା ପାଇଁ ବିଜେଡିକୁ ଭାଜପାର ସହାୟତା ଆବଶ୍ୟକତା ନାହିଁ କିମ୍ବା କେନ୍ଦ୍ରରେ ସରକାର ଗଢ଼ିବା ପାଇଁ ଭାଜପାକୁ ବିଜେଡିର ଆବଶ୍ୟକତା ନାହିଁ। ମେଣ୍ଟ ହେବ କି ନ ହେବ ତାହା ସ୍ପଷ୍ଟ କରି ନ ଥିଲେ ମଧ୍ୟ ବୃହତ୍ତର ସ୍ବାର୍ଥ ଉଦ୍ଦେଶ୍ୟରେ ଦେଶର ଦୁଇ ମହାନ୍‌ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାଠି ହେବାକୁ ଚାହାନ୍ତି, ଯାହାକି ରାଜନୀତିଠାରୁ ଊର୍ଦ୍ଧ୍ୱରେ ଏବଂ ଏହା ହଁି ରାଷ୍ଟ୍ରନୀତି ବୋଲି ସେ କହିଛନ୍ତି ା ମେଣ୍ଟକୁ ନେଇ ଯାହା ହେବ ତାହା ସମସ୍ତେ ଜାଣିବା ବୋଲି ପାଣ୍ଡିଆନ କହିଛନ୍ତି।

ବିଜେଡି ଓ ଭାଜପା ମଧ୍ୟରେ ସମ୍ଭାବ୍ୟ ମେଣ୍ଟ ଚର୍ଚ୍ଚା ଯୋଗୁ ଗତ ପ୍ରାୟ ୧୫ ଦିନରୁ ଊର୍ଦ୍ଧ୍ୱ ସମୟ ଧରି ରାଜ୍ୟରେ ରାଜନୈତିକ ଅଚଳାବସ୍ଥା ଲାଗି ରହିଛି। ଲୋକ ସଭା ଓ ରାଜ୍ୟ ସଭା ନିର୍ବାଚନ ଘୋଷଣା ପରେ ମଧ୍ୟ ରାଜନୈତିକ ଉଷ୍ମତା ଦେଖିବାକୁ ମିଳୁନାହିଁ। ସମ୍ଭାବ୍ୟ ମେଣ୍ଟକୁ ନେଇ ଦୁଇ ଦଳର ନେତା ଓ କର୍ମୀମାନେ ମଧ୍ୟ ଦ୍ୱନ୍ଦ୍ୱରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧରାପୃଷ୍ଠକୁ ଆସି ଆଇନ ଜାଲରେ ଛନ୍ଦି ହେଲେ ମା’ ଦୁର୍ଗା, ହୋଇପାରୁନି ବିସର୍ଜନ

ଭୁବନେଶ୍ୱର, ୧୮ା୧୦: ଧରାପୃଷ୍ଠକୁ ଆସି ଆଇନ ଜାଲରେ ଛନ୍ଦି ହେଲେ ମା’ ଦୁର୍ଗା। ଜାଗା ବିବାଦ ପାଇଁ ଦଶହରା ପରେ ବି ହୋଇନାହାଁନ୍ତି ବିସର୍ଜିତ। ଏଭଳି...

ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟକୁ ମିଳିଲା ୧୨ଟି ପାଟ୍ରୋଲିଂ ଗାଡ଼ି, ୫ବର୍ଷରେ ଅଭୟାରଣ୍ୟକୁ ଆସିବେ ୧୪ ବାଘ

ଭୁବନେଶ୍ୱର, ୧୮ା୧୦ (ବନ୍ଦନା ସେଠୀ): ଜୀବଜନ୍ତୁଙ୍କ ସୁରକ୍ଷାରେ ନିୟୋଜିତ ହେବ ପାଟ୍ରୋଲିଂ ଭ୍ୟାନ୍‌। ବିଶେଷକରି ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ସୁରକ୍ଷା ପାଇଁ ଆଧୁନିକ ଯାନର ବ୍ୟବସ୍ଥା...

ଟାସ୍କଫୋର୍ସ ପୁନର୍ଗଠନ କଲେ ରାଜ୍ୟ ସରକାର, ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ ଶିକ୍ଷାନୀତି

ଭୁବନେଶ୍ୱର,୧୮।୧୦: ଜାତୀୟ ଶିକ୍ଷା ନୀତି-୨୦୨୦କୁ ଓଡ଼ିଶାରେ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଗୁରୁବାର ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଟାସ୍କଫୋର୍ସ ପୁନର୍ଗଠନ ସହ...

ବଦଳିଲେ ୭୦ରୁ ଅଧିକ ତହସିଲଦାର

ଭୁବନେଶ୍ୱର, ୧୮ା୧୦: ରାଜ୍ୟରେ ଓଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ସରକାର। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ...

କୋଷ୍ଟ ଗାର୍ଡ ଡିଆଇଜି, ପନ୍ତ୍ରୀଙ୍କୁ ଦୁର୍ବ୍ୟବହାର, ନୟାପଲ୍ଲୀ ଥାନାରେ ଏତଲା

ଭୁବନେଶ୍ୱର,୧୮ା୧୦(ସତ୍ୟଜିତ୍‌ ରାଉତ): କୋଷ୍ଟଗାର୍ଡ ଡିଆଇଜି ସତ୍ୟ ରଞ୍ଜନ ଦାସ ଓ ତାଙ୍କ ପତ୍ନୀ ନୟାପଲ୍ଲୀ ଥାନା ଅନ୍ତର୍ଗତ କଳିଙ୍ଗ ଷ୍ଟାଡିଅମ୍‌ ଟ୍ରାଫିକ୍‌ ପୋଷ୍ଟ ନିକଟରେ ଗୁରୁବାର...

OSSSC ଦ୍ଵାରା କମ୍ପ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା ବିବାଦ, ସରକାର ନେଲେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର, ୧୮ା୧୦: ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସ୍‌ଏସ୍‌ଏସ୍‌ସି) ଦ୍ୱାରା କମ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା ୨୦୨୪ର ଫରେଷ୍ଟର, ଫରେଷ୍ଟ ଗାର୍ଡ, ଆର୍‌ଆଇ, ଅମିନ ଆଦି...

୨୩ରୁ ଏସବୁ ଜିଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ): ବିଲରେ ଧାନ ବାହାରିବାକୁ ବସିଲାଣି। ଚାଷୀକୁଳ ଅସରାଏ ବର୍ଷାକୁ ଚାହିଁ ରହିଛନ୍ତି। ବର୍ଷା ହେଲେ ବିଲରେ ସୁନା ଫଳିବ। ବର୍ଷକର ପରିଶ୍ରମ ଚାଷୀଙ୍କୁ...

କାର୍ତ୍ତିକ ଆରମ୍ଭରୁ ଅସମ୍ଭାଳ, ଛୁଇଁହେଉନି ପରିବା

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ): ପାର୍ବଣରେ ମହଙ୍ଗାମାଡ଼ ଖାଉଟିଙ୍କ ହର୍ଷୋଲ୍ଲାସକୁ ଫିକା କରିଦେଇଛି। ଆଳୁ, ପିଆଜ ଓ ତେଲ ସମେତ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀଗୁଡ଼ିକ ପୂର୍ବରୁ ଚଢ଼ାଦରରେ ବିକ୍ରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri