Categories: ଜାତୀୟ

‘ଯଦି ଆମେ ଆମ ଭିତରେ ଲଢ଼େଇ କରିବା, ତେବେ ଭାଜପା ସହ କେମିତି ଲଢ଼ିବା’

ନୂଆଦିଲ୍ଲୀ,୨୬।୮: ଯଦି ଆମେ ଆମ ଭିତରେ ଲଢ଼େଇ କରିବା, ତେବେ ଭାଜପା ସହ କେମିତି ଲଢ଼ିବା। କଂଗ୍ରେସ ନେତାମାନେ ପ୍ରଥମେ ଆର୍‌ଏସ୍‌ଏସ୍‌ ଓ ଭାଜପା ସହ ଲଢ଼ିବା ଉଚିତ୍‌। ସେମାନଙ୍କ ମଧ୍ୟରେ ଥିବା ମତଭେଦକୁ ପରେ ଦୂର କରିବା। କଂଗ୍ରେସର କିଛି ନେତା ସାଂଗଠନିକ ପରିବର୍ତ୍ତନ ଲାଗି ଦାବି କରିବା ପରେ ଖୁର୍ଶିଦ ଏଭଳି ମନ୍ତବ୍ୟ ଦେଇଛନ୍ତି।

ସମୟ ଆସିଲେ ଆମ ସଭାପତି କିଏ ହେବ ଜଣାପଡ଼ିବ। ବର୍ତ୍ତମାନ ସୋନିଆ ଗାନ୍ଧୀ ଆମ ଅଧ୍ୟକ୍ଷ। ଏଥିରେ କୌଣସି ପରିବର୍ତ୍ତନ ହେଲେ କୁହାଯିବ ବୋଲି ଦିଲ୍ଲୀ କଂଗ୍ରେସ ପକ୍ଷରୁ ଆୟୋଜିତ ଏକ ଇଭେଣ୍ଟରେ ଖୁର୍ଶିଦ କହିଛନ୍ତି।

Share