Categories: ଜାତୀୟ

‘ଆମ ସମ୍ପତ୍ତି ନଷ୍ଟ କଲେ ପରିଣାମ ଭୟଙ୍କର ହେବ’

ନୂଆଦିଲ୍ଲୀ,୩।୭: ପାକିସ୍ତାନ ଯଦି ଡ୍ରୋନ୍‌ ଆକ୍ରମଣ କରିବାକୁ ଉଦ୍ୟମ କରେ କିମ୍ବା ହାଇବ୍ରିଡ୍‌ ଓ୍ବାରଫେୟାରରେ ଭାରତୀୟ ସାମରିକ ଘାଟିକୁ ଟାର୍ଗେଟ କରେ ତେବେ ଏହାର ଠିକଣା ଜବାବ ଦିଆଯିବ। ଏଭଳି ଚେତାବନୀ ଦେଇଛନ୍ତି ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ୍‌) ଜେନେରାଲ ବିପିନ ରାଓ୍ବତ । ଜୁନ୍‌ ୨୭ରେ ଜମ୍ମୁସ୍ଥିତ ବାୟୁସେନା ଘାଟି ଉପରେ ହୋଇଥିବା ବିସ୍ଫୋରଣରେ ଡ୍ରୋନ୍‌ ବ୍ୟବହାର କରାଯାଇଥିଲା। ଆଙ୍କବାଦୀମାନେ ପାକିସ୍ତାନରୁ ଏହି ଆକ୍ରମଣ କରିଥିଲେ ନା ସ୍ଥାନୀୟ ଅଞ୍ଚଳରୁ ହୋଇଥିଲା ତାହାର ତଦନ୍ତ ଚାଲିଛି। ଆକ୍ରମଣର ଉଦ୍ଦେଶ୍ୟ ଏପର୍ଯ୍ୟନ୍ତ ଜଣାପଡି ନାହିଁ। ପାକିସ୍ତାନ ଯଦି ଆମ ସମ୍ପତ୍ତି ନଷ୍ଟ କରିବାକୁ ଉଦ୍ୟମ କରେ ତେବେ ଭାରତୀୟ ସେନାର ଜବାବ ଭୟଙ୍କର ହେବ ବୋଲି ଜେନେରାଲ ରାଓ୍ବତ୍‌ ଚେତାଇ ଦେଇଛନ୍ତି। ଏଥିପାଇଁ ଯବାନମାନେ ପ୍ରସ୍ତୁତ ଥିବା ସେ କହିଛନ୍ତି।

Share