ଏକ ରିପୋର୍ଟରେ ପ୍ରକାଶ ପାଇଛି ଯେ, ବିଶ୍ୱ ପ୍ରସିଦ୍ଧ ଏମିରେଟ୍ସ ଏୟାରଲାଇନ୍ର ଏୟାର ହୋଷ୍ଟେସଙ୍କ ଓଜନ ବଢ଼ିଲେ ତାଙ୍କୁ ଦଣ୍ଡ ଦିଆଯାଉଛି। ଏହାର ପୂର୍ବତନ କର୍ମଚାରୀମାନେ କୁହନ୍ତି, ସେମାନଙ୍କ ଓଜନ ବଢ଼ାଇବା ଉପରେ ଅଧିକାରୀମାନେ ପୂର୍ଣ୍ଣ ନଜର ରଖିଥାନ୍ତି। ଏଥିପାଇଁ ଦରମା ମଧ୍ୟ କଟାଯାଉଛି।
କମ୍ପାନୀ ପକ୍ଷରୁ କୁହାଯାଇଛି, ଆମେ ଏହା ଉପରେ କିଛି ପ୍ରତିକ୍ରିୟା ଦେବାକୁ ଚାହୁଁନୁ। କାରଣ ପୂର୍ବତନ କର୍ମଚାରୀମାନେ ନିଜ ନିଜ ମାମଲାରେ କଥା ହେଉଛନ୍ତି।
ଏମିରେଟ୍ସ ଏୟାରଲାଇନ୍ରେ କାମ କରୁଥିବା କିଛି ପାଇଲଟ୍ ଆଟେଣ୍ଡାଣ୍ଟ କୁହନ୍ତି, ଏୟାରହୋଷ୍ଟେସଙ୍କ ସ୍ମିତହାସ୍ୟ,ସୁନ୍ଦର ୟୁନିଫର୍ମ ପଛରେ କମ୍ପାନୀର କିଛି ନିୟମ ରହିଛି। ପୂର୍ବତନ ବିମାନ ଆଟେଣ୍ଡାଣ୍ଟ ମାୟା ଦୁକାରିକ ଦୁବାଇରୁ ନେଇ ନ୍ୟୁଜିଲାଣ୍ଡ ପର୍ଯ୍ୟନ୍ତ ବିମାନ ୧୭ ଘଣ୍ଟାର ଯାତ୍ରା। ଏହି ସମୟରେ କାମ କରିବା କେତେ ବାସ୍ତବତା ତାହା ସୋସିଆଲ ମିଡିଆରେ ଦେଖିବାକୁ ମିଳିଥାଏ।
ଆଟେଣ୍ଡାଣ୍ଟ କାର୍ଲା ଭେଜନ କୁହନ୍ତି, ଚେହେରା ଏବଂ ୟୁନିଫର୍ମକୁ ନେଇ ବହୁତ କଡ଼ା ନିୟମ ରହିଛି। ଯଦି ୟୁନିଫର୍ମରୁ କାହାର ଟାଟୁ ଥିବା ଦେଖାଯାଏ ତେବେ ତାଙ୍କୁ ଚାକିରି ମିଳେ ନାହିଁ। ଯଦି କାହାର ଓଜନ ବଢ଼ିଯାଏ ଦରମା ବନ୍ଦ ସହ ଚାକିରି ମଧ୍ୟ ଚାଲିଯାଏ। ତେଣୁ ଅଫିସରଙ୍କଠାରୁ ଆରମ୍ଭ କରି କର୍ମଚାରୀ ପର୍ଯ୍ୟନ୍ତ ସମସ୍ତେ ଏଥିପ୍ରତି ବେଶ୍ ଯତ୍ନବାନ ଥାନ୍ତି।