Categories: ଜାତୀୟ

‘ମହିଳା ଏକାଠି ହେଲେ, ବଦଳିଯିବ ଦେଶର ରାଜନୀତି’

ରାଇବରେଲି,୧୯।୧୨: ଉତ୍ତର ପ୍ରଦେଶ ନିର୍ବାଚନକୁ ନେଇ ରାଜନୀତି ସରଗରମ ହୋଇପଡିଛି। ବିଭିନ୍ନ ଦଳ ପକ୍ଷରୁ ଏବେ ପ୍ରଚାର ଆରମ୍ଭ ହୋଇଯାଇଛି। ରବିବାର ରାଇ ବରେଲିରେ ସଂସ୍କାର କ୍ଲବରେ ଆୟୋଜିତ ମହିଳା ସଂଳାପ କାର୍ଯ୍ୟକ୍ରମକୁ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଛନ୍ତି ଯେ, ଦେଶର ସମସ୍ତ ମହିଳା ଏକ ହେଲେ ଦଶେର ରାଜନୀତି ବଦଳାଇଦେବେ। ମହିଳାମାନଙ୍କ ପାଇଁ କଂଗ୍ରେସ ଏକ ପୃଥକ ଘୋଷଣାପତ୍ର ଜାରି କରିଛି। କେବଳ ସ୍କୁଟି ଏବଂ ସ୍ମାର୍ଟ ଫୋନ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇ ନାହିଁ, ବରଂ ମହିଳାମାନଙ୍କୁ ଶିକ୍ଷା, ସ୍ବାସ୍ଥ୍ୟ ଏବଂ ଅଧିକାର ପ୍ରଦାନ ଉପରେ ମଧ୍ୟ ଆଲୋଚନା କରାଯାଇଛି। ଏହାପୂର୍ବରୁ ପୂର୍ବରୁ ଜିଲାର ବାଖରୱାନ ଅଞ୍ଚଳରେ ଅବସ୍ଥିତ ହନୁମାନ ମନ୍ଦିରକୁ ଯାଇ ସେଠାରେ ଦର୍ଶନ କରିଥିଲେ। ସେ କହିଛନ୍ତି ଯେ, ହିନ୍ଦୁ ଧର୍ମ ଆମକୁ ସତ୍ୟ ଏବଂ ପ୍ରେମର ପଥ ଦେଖାଏ। ଧର୍ମ ନାମରେ ଆରଏସଏସ ଏବଂ ଭାଜପା ରାଜନୀତି କରୁଛି ବୋଲି ସେ କହିଛନ୍ତି।

Share