ଆକ୍ୱାରିୟମ୍‌ ରଖୁଥିଲେ ଜାଣିରଖନ୍ତୁ ଏସବୁ ବାସ୍ତୁ ନିୟମ, ବଢ଼ିବ ଐଶ୍ୱର୍ଯ୍ୟ…

ଘରେ ଆକ୍ୱାରିୟମ୍‌ ରଖିଲେ ବହୁତ ଉନ୍ନତି ହୋଇଥାଏ ବୋଲି ବିଶ୍ୱାସ ରହିଛି। କିନ୍ତୁ ଏଥିପାଇଁ କିଛିଟା ବାସ୍ତୁ ନିୟମ ଜାଣିବା ବି ଜରୁରୀ…

*ଆକ୍ୱାରିୟମ୍‌ରେ ସର୍ବଦା ୯ଟି ମାଛ ରଖିବା ଶୁଭ ହୋଇଥାଏ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି। ତନ୍ମଧ୍ୟରୁ ୮ଟି ଗୋଲ୍ଡ ଫିଶ୍‌ ଓ ଗୋଟିଏ କଳା ମାଛ ରହିବା ଆବଶ୍ୟକ।

* ଗୋଲ୍ଡ ଫିଶ୍‌କୁ ଧନର ପ୍ରତୀକ କୁହାଯାଉଥିବା ବେଳେ କଳାମାଛଟି ସୁରକ୍ଷାର ପ୍ରତୀକ ହୋଇଥାଏ; ଯାହା ଘରକୁ ପ୍ରବେଶ କରୁଥିବା ନକରାତ୍ମକ ଉର୍ଜ୍ଜାକୁ ନଷ୍ଟ କରିବାରେ ସାହାଯ୍ୟ କରିଥାଏ।

* ତେଣୁ ଆକ୍ୱାରିୟମ୍‌ରେ ଥିବା କଳାମାଛଟି ଯଦି କେବେ ମରିଯାଏ; ତୁରନ୍ତ ଆଉ ଗୋଟିଏ କଳାମାଛ ଆଣି ସେଥିରେ ରଖିଦେବା ବିଧେୟ।

* ତା’ସହିତ ମରି ଯାଇଥିବା କଳା ମାଛଟିକୁ ଏଣେତେଣେ ନ ଫୋପାଡି ଚଳନ୍ତା ପାଣିରେ ଭସାଇଦେବେ ନଚେତ୍‌ ମାଟିଖୋଳି ପୋତିଦେବା ଆବଶ୍ୟକ।

* ଗୋଲ୍ଡ ଫିଶ୍‌ କ୍ଷେତ୍ରରେ ବି ସେମିତି କରିପାରିବେ। ଅର୍ଥାତ୍‌ ସବୁବେଳେ ଦେଖିବେ, ଆକ୍ୱାରିୟମ୍‌ରେ ଯେମିତି ୯ଟି ମାଛ ରହୁଥିବେ, ଗୋଟେ କମ୍‌ କି ଗୋଟେ ବେଶୀ ନୁହେଁ। ଏପରି କଲେ ଘରର ଐଶ୍ୱର୍ଯ୍ୟ ବୃଦ୍ଧି ହୋଇଥାଏ ବୋଲି ବିଶ୍ୱାସ ରହିଛି।