କରୋନା ଟିକା ନେଲେ ମିଳୁଛି ନାକଫୁଲ-ହ୍ୟାଣ୍ଡ୍‌ ବ୍ଲେଣ୍ଡର ଉପହାର

ରାଜକୋଟ,୪।୪: ଦେଶରେ ସାର୍ବଜନୀକ କରୋନା ଟିକାକରଣ ଅଭିଯାନଜାରି ରହିଛି। ଏପରିସ୍ଥଳେ ଲୋକଙ୍କୁ ଟିକା ନେବା ପାଇଁ ସଚେତନ କରାଇବା ନିମନ୍ତେ ଗୁଜରାଟର ରାଜକୋଟରେ ଲୋକଙ୍କୁ ଉପହାର ପ୍ରଦାନ କରାଯାଉଛି। ରାଜକୋଟ ସ୍ବର୍ଣ୍ଣକାର ସମ୍ପ୍ରଦାୟ ପକ୍ଷରୁ ଏଭଳି ନିଆର ପଦକ୍ଷେପ ଗ୍ରହଣ କରାଯାଇଛି। ମହିଳାଙ୍କୁ ନାକଫୁଲ ଉପହାରରେ ପ୍ରଦାନ କରାଯାଉଛି। ଅପରପକ୍ଷରେ ଟିକା ନେଉଥିବା ପୁରୁଷଙ୍କୁ ହ୍ୟାଣ୍ଡ୍‌ ବ୍ଲେଣ୍ଡର ଦିଆଯାଉଛି। ଟିକାନେବା ପରେ ପରେ ଟିକାଦାନ ଶିବିରରେ ଉପହାର ପ୍ରଦାନ କରାଯାଉଛି। ଫଳରେ ଟିକା ନେବା ଲାଗି ଲୋକଙ୍କ ମଧ୍ୟରେ ଉତ୍ସାହ ବଢ଼ିବାରେ ଲାଗିଛି।

Share