ସୁନା କିଣିଲେ ସୁଫଳ ମିଳେ

ଭୁବନେଶ୍ୱର,୧୦।୧୧(ଅଭୟ ଦାଶ):ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଧନ୍‌ତେରସ୍‌ ଉପଲକ୍ଷେ ସାରା ଦେଶରେ ଉତ୍ସବର ମାହୋଲ ଦେଖାଦେଇଥାଏ। ବିଶେଷକରି ଧନ୍‌ତେରସ୍‌ରେ ଧନ କ୍ରୟ (ସୁନା କିଣିଲେ) ସବୁ କ୍ଷେତ୍ର ପାଇଁ ସୁଫଳ ଦେଇଥାଏ ବୋଲି କାହିଁ କେଉଁ କାଳରୁ ଲୋକକଥା ରହିଆସିଛି। ଏପରିକି ଗାଁଠୁ ସହର ସବୁ ସ୍ଥାନରେ ଅଳଙ୍କାର ପ୍ରତିଷ୍ଠାନଗୁଡିକ ଧନ୍‌ତେରସ୍‌ ପାଇଁ ଧନ ବର୍ଷାର ସୁବିଧା ଗ୍ରାହକମାନଙ୍କୁ ଯୋଗାଇ ଦେଇଥାନ୍ତି। ବିଶେଷକରି କାରବାର ପାଇଁ ବ୍ୟାପକ କଲେକ୍ସନର ସମ୍ଭାର ସାଙ୍ଗକୁ ଧନ୍‌ତେରସ୍‌ ଉପଲକ୍ଷେ ଗ୍ରାହକଙ୍କୁ ଆକର୍ଷଣୀୟ ରିହାତି ଅଫର ଦିଆଯାଉଛି।
ଉଲ୍ଲେଖଯୋଗ୍ୟ, ଧନ୍‌ତେରସ୍‌ ଉପଲକ୍ଷେ ସାରା ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଯଥା- ଲାଲ୍‌ଚାନ୍ଦ୍‌ ଜୁଏଲର୍ସ, ଖିମ୍‌ଜୀ ଜୁଏଲର୍ସ, କଲ୍ୟାଣ ଜୁଏଲର୍ସ, ମାଲାବାର ଗୋଲ୍‌ଡ ଆଣ୍ଡ ଡାଇମଣ୍ଡସ, ଜୟ ଆଲୁକ୍କାସ, ତନିସ୍କ, ରିଲାଏନ୍ସ ଜୁଏଲର୍ସ, ପି.ସି.ଚନ୍ଦ୍ରା ଜୁଏଲର୍ସ, ଅରୁନ୍ଧତୀ ଜୁଏଲର୍ସ, ପ୍ରୀତମ ଜୁଏଲର୍ସ, ଭବାନୀ ଅଳଙ୍କାର, ଲୋକନାଥ ଜୁଏଲର୍ସ, ହିନ୍ଦୁସ୍ଥାନ ଜୁଏଲର୍ସ, ମା ଗୌରୀ ଜୁଏଲର୍ସ, ଜେ.କେ ଜୁଏଲର୍ସ, ଜାଭେରୀ ଗୋଲ୍‌ଡ ଆଣ୍ଡ ଡାଇମଣ୍ଡସ, ରୀତା ଜୁଏଲର୍ସ, କଳାମନ୍ଦିର ଜୁଏଲର୍ସ, ସ୍ମାଇଲ ଗୋଲ୍‌ଡ ଜୁଏଲର୍ସ, ସେନ୍‌କୋ ଗୋଲ୍‌ଡ ଆଣ୍ଡ ଡାଇମଣ୍ଡ, ରୀତା ଆଣ୍ଡ ସନ୍ସ ଭଳି ଗହଣା ଦୋକାନରେ ଆକର୍ଷଣୀୟ ରିହାତି ଅଫର ସାଙ୍ଗକୁ ନୂତନ କଲେକ୍ସନର ବ୍ୟାପକ ସମ୍ଭାର ଉପଲବ୍ଧ।
ଅପରପକ୍ଷରେ ଧନ୍‌ତେରସ୍‌ର ଶୁଭ ଅବସରରେ ଲାଲ୍‌ଚାନ୍ଦ୍‌ ଜୁଏଲର୍ସ ପକ୍ଷରୁ ଆକର୍ଷଣୀୟ ଅଫର ସାଙ୍ଗକୁ ମନଲୋଭା କଲେକ୍ସନର ବୃହତ୍‌ ସମ୍ଭାରକୁ ଉନ୍ମୋଚନ କରାଯାଇଛି। ବିଶେଷ କରି ପ୍ରତି ଗ୍ରାମ ପିଛା ୬୨୫ ଟଙ୍କାର ମୂଲ୍ୟରେ ସମସ୍ତ ଏଚ୍‌ୟୁଆଇଡି ହଲ୍‌ମାର୍କଯୁକ୍ତ ସୁନା ଗହଣାର ଗଢ଼ା ମୂଲ୍ୟ ଦିଆଯାଉଥିବାବେଳେ ପ୍ରତି କ୍ୟାରେଟ ହୀରା ମୂଲ୍ୟ ଉପରେ ଫ୍ଳାଟ ୨୦,୦୦୦ ଟଙ୍କାର ରିହାତି ଏବଂ ରୁପା ଗହଣାର ଗଢ଼ା ମୂଲ୍ୟ ଉପରେ ଫ୍ଲାଟ୍‌ ୫୦% ରିହାତି ଗ୍ରାହକମାନଙ୍କୁ ଯୋଗାଇ ଦିଆଯାଉଛି। ସେହିଭଳି ନିର୍ଦ୍ଦିଷ୍ଟ ହାତଘଣ୍ଟା ବ୍ରାଣ୍ଡ୍‌ଗୁଡିକ ଉପରେ ଫ୍ଳାଟ୍‌ ୨୦%ର ରିହାତି ଓ ବ୍ରାଣ୍ଡେଡ୍‌ ଆଇଟମର ମୂଲ୍ୟ ଉପରେ ଫ୍ଲାଟ୍‌ ୧୫% ରିହାତି ପ୍ରଦାନ କରାଯାଉଛି। ଏପରିକି ଆଇଜେଏସ୍‌ଏଫ୍‌ରେ ପ୍ରତି ୨୫,୦୦୦ ଟଙ୍କା ବା ଅଧିକ କ୍ରୟ ଉପରେ ମାଗଣା ରୁପା ମୁଦ୍ରା ସାଙ୍ଗକୁ ନିଶ୍ଚିତ ଉପହାର ଦିଆଯାଉଛି। ସେହିପରି ଖିମ୍‌ଜୀ ଜୁଏଲର୍ସରେ ନଭେମ୍ବର ୩ରୁ ଧନ୍‌ତେରସ୍‌ ଧନବର୍ଷା ଉତ୍ସବ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ହୀରା ଗହଣାର ମୂଲ୍ୟ ଉପରେ ଫ୍ଳାଟ୍‌ ୨୦% ରିହାତି ଦିଆଯାଉଥିବାବେଳେ ରୁପା ଗହଣାର ଗଢା ମଜୁରି ଉପରେ ଫ୍ଲାଟ୍‌ ୨୫% ରିହାତି ପ୍ରଦାନ କରାଯାଉଛି। ଏପରିକି ପ୍ରତି ସୁନା ଅଳଙ୍କାରର କ୍ରୟ ବିଲ୍‌ ଉପରେ ଫ୍ଳାଟ୍‌ ୪.୫%ର ରିହାତି ଦିଆଯାଉଛି। ଅପରପକ୍ଷରେ ରିଲାଏନ୍ସ ଜୁଏଲର୍ସର ଦୀପାବଳି ଅଫର ଓ କଲେକ୍ସନ ‘ ସ୍ବର୍ଣ୍ଣ ବଙ୍ଗ’ ସାଙ୍ଗକୁ ସୁନା ଅଳଙ୍କାରର ଗଢା ମଜୁରି ଓ ହୀରା ଅଳଙ୍କାର କ୍ରୟ ମୂଲ୍ୟ ଉପରେ ୨୫%ର ରିହାତି ପ୍ରଦାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଟୋବର ୨୭ରେ ‘ଲେକ୍‌ ସାଇଡ୍‌ ଗ୍ଲାମର’

ଭୁବନେଶ୍ୱର,୨୧।୯: (ଅଭୟ ଦାଶ): ସ୍ବସ୍ତି ଗ୍ରୁପ୍‌ର ପ୍ରମୁଖ ହୋଟେଲ ସ୍ବସ୍ତି ଚିଲିକା ରେସର୍ଟ ପକ୍ଷରୁ ଏକ ଦିନିକିଆ ଫ୍ୟାଶନ ଶୋ ୨୦୨୪ ଅକ୍ଟୋବର ୨୭ ରେ...

ଯୋଗାଣ ଶୃଙ୍ଖଳାରେ କାର୍ଯ୍ୟଦକ୍ଷତାକୁ ବହୁଗୁଣିତ କରିବ

ନୂଆଦିଲ୍ଲୀ,୨୧।୯: ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ କୋଇଲା ପରିବହନକୁ ସୁଗମ କରିବା ଲାଗି ଭାରତ ସରକାର ସର୍‌ଡେଗା-ଭାଲୁମୁଣ୍ଡା ରେଳ ଲାଇନ ସଂଯୋଗୀକରଣ ପ୍ରକଳ୍ପକୁ ଅନୁମୋଦନ ଦେବା...

ପିଏନ୍‌ବି ପକ୍ଷରୁ ପିଏମ୍‌ ଇ-ବିଶ୍ୱକର୍ମା ପ୍ରୋଗ୍ରାମ

ଭୁବନେଶ୍ୱର,୨୧।୯: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ପ୍ରଧାନମନ୍ତ୍ରୀ ବା ପିଏମ୍‌ ଇ-ବିଶ୍ୱକର୍ମା ଯୋଜନା’ ନିକଟରେ ଶୁଭାରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ପିଏନ୍‌ବି ଭୁବନେଶ୍ୱର...

ଟିପିସିଓଡିଏଲ୍‌ ଏପିଏସ୍‌ସିସିର ଶୁଭାରମ୍ଭ

ଭୁବନେଶ୍ୱର,୨୧।୯: ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ କଟକ ସହରାଞ୍ଚଳରେ ଏକ ୨୪ ଘଣ୍ଟିଆ ସ୍କାଡ଼ା ଏନାବଲ୍ଡ ସର୍କଲ ୟୁନିଟ୍‌ ପଏଣ୍ଟ ବା...

ୟୁବିଆଇର ନୂତନ ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର,୨୧।୯ (ଅଭୟ ଦାଶ): ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଆଇ)ର ନୂତନ ଶାଖା ‘ନିଶ୍ଚିନ୍ତକୋଇଲ ଶାଖା’ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରରେ ମାହାଙ୍ଗା ବିଧାୟକ...

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

ଆଇଫୋନ୍‌ କିଣିବାକୁ ଦୌଡିଲେ ଲୋକେ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୦।୯:ଭେଟେରାନ ଟେକ୍‌ କମ୍ପାନୀ ଆପଲ ଆଜିଠାରୁ ଆଇଫୋନ ୧୬ ସିରିଜ ବିକ୍ରି ଆରମ୍ଭ କରିଛି। ସେପ୍ଟେମ୍ବର ୯ରେ ‘ଇଟିସ୍‌ ଗ୍ଲୋ ଟାଇମ’ରେ ଏଆଇ ବୈଶିଷ୍ଟ୍ୟ ସହିତ...

ବଜାରରେ ଏଚ୍‌ପିର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇ-ଉତ୍ପାଦନକାରୀ ବ୍ରାଣ୍ଡ ଏଚ୍‌ପିର ନୂତନ ଉତ୍ପାଦ ରେଞ୍ଜର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍‌ର ଅଫିସ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri