ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ନିର୍ଦ୍ଦେଶ ଅବମାନନା କଲେ କାର୍ଯ୍ୟାନୁଷ୍ଠାନ

ଛତ୍ରପୁର,୧୦ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କାର୍ଯ୍ୟକୁ ସୂଚାର ରୂପେ ସମ୍ପାଦନା କରିବା ନିମନ୍ତେ ଅନେକ ଯାନବାହନର ଆବଶ୍ୟକ ରହିଛି। ଯାନବାହନ ଅଧିଗ୍ରହଣ ପ୍ରକ୍ରିୟାରେ ସହଯୋଗ ନିମନ୍ତେ ସମ୍ପୃକ୍ତ ଗାଡ଼ିମାଲିକଙ୍କୁ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ବିଜୟ ଅମୃତା କୁଲାଙ୍ଗେ ଅନୁରୋଧ କରିଛନ୍ତି। ଏଥିପାଇଁ ଜିଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଗାଡ଼ିଗୁଡ଼ିକ ହାଜିର କରିବା ନିମନ୍ତେ ନିର୍ଦ୍ଦେଶପତ୍ର ପ୍ରଦାନ କରାଯାଇଛି। ସମ୍ପୃକ୍ତ ମାଲିକମାନେ ନିଜ ଗାଡ଼ିଗୁଡିକ ଅଧିଗ୍ରହଣ ପାଇଁ ହାଜିର କରାନ୍ତୁ । ଏହି ନିର୍ଦ୍ଦେଶ ଅବମାନନା କରୁଥିବା ସମ୍ପୃକ୍ତ ଗାଡ଼ିମାଲିକଙ୍କ ବିରୋଧରେ ଅଧିଗ୍ରହଣ ଅଧିନିୟମ ୧୯୮୪ ର ଧାରା-୯ ଏବଂ ଜନପ୍ରତିନିଧି ଆଇନ ୧୯୫୧ର ଧାରା-୧୬୭ ପ୍ରକାରେ ଦଣ୍ଡ ବିଧାନର ବ୍ୟବସ୍ଥା ରହିଛି। ଏଥିରେ ଏକ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଓ ୧ ହଜାର ଟଙ୍କା ଜରିମାନା କିମ୍ବା ଉଭୟ ଦଣ୍ଡର ବ୍ୟବସ୍ଥା ରହିଛି। ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ପ୍ରକାଶ କରାଯାଇଛି ଯେ, କୌଣସି ବ୍ୟକ୍ତି ଯଦି ନିର୍ବାଚନ କାର୍ଯ୍ୟରେ ଅସହଯୋଗ କରିବେ, ତାହା ବରଦାସ୍ତ କରାଯିବ ନାହିଁ ଏବଂ ଉପଯୁକ୍ତ ଦଣ୍ଡ ବିଧାନ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବ।

Share