ଇରାନରେ ପୁଣି କଠୋର ହେଲା ହିଜାବ ଆଇନ୍‌: ସର୍ବସାଧାରଣ ସ୍ଥାନରେ ମହିଳା ମୁଣ୍ଡ ଢାଙ୍କି ରଖିବା ବାଧ୍ୟତାମୂଳକ

ତେହେରାନ,୧୯।୭: ପୁଣି ୧୦ମାସ ପରେ ଇରାନ ସରକାର ମହିଳାଙ୍କ ଉପରେ ହିଜାବ ନିୟମକୁ କଠୋର କରିଛନ୍ତି। ନିୟମ ଅନୁଯାୟୀ ମହିଳାମାନେ ସର୍ବସାଧାରଣ ସ୍ଥାନରେ ମୁଣ୍ଡକୁ ଘୋଡାଇ ରଖିବେ। ନହେଲେ ସେମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରକାର କହିଛନ୍ତି।

ଗତ ବର୍ଷ ଏହି ପ୍ରସଙ୍ଗରେ ଗିରଫ ହୋଇଥିବା ଯୁବତୀଙ୍କର ମୃତ୍ୟୁ ପରେ ଦେଶବ୍ୟାପୀ ବିରୋଧ କରାଯାଇଥିଲା। ଇରାନର ପ୍ରବର୍ତ୍ତନ ସଂସ୍ଥା ଫାରାଜାଙ୍କ ମୁଖପାତ୍ର ସୟଦ ମୋଣ୍ଟେଜେରାଲ ଏନେଇ ପେଟ୍ରୋଲିଂ ଆରମ୍ଭ ହୋଇଥିବା ନେଇ ସୂଚନା ଦେଇଛନ୍ତି।

Share