Categories: ଜାତୀୟ

ନିୟମ ନ ମାନିଲେ ପରିଣାମ ଭୋଗିବେ ବାବୁ

ନୂଆଦିଲ୍ଲୀ,୧୪ା୬: ସର୍ବଭାରତୀୟ ସେବା (ଏଆଇଏସ୍‌) ଅଧୀନରେ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌), ଭାରତୀୟ ପୋଲିସ ସେବା (ଆଇପିଏସ୍‌) ଏବଂ ଭାରତୀୟ ଜଙ୍ଗଲ ସେବା (ଆଇଏଫ୍‌ଓଏସ୍‌) ରହିଛି। ଏହି ୩ ସେବାରେ ନିୟୋଜିତ ଅଧିକାରୀମାନଙ୍କ ଷ୍ଟଡି ଲିଭ୍‌ ସକାଶେ କେନ୍ଦ୍ର ସରକାର ନୂଆ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି, ଯାହାକୁ ମାନିବା ପାଇଁ ସେମାନେ ବାଧ୍ୟ। ଏହାକୁ ଅବଜ୍ଞା କଲେ ଅମଲାତନ୍ତ୍ରୀଙ୍କ ବିରୋଧରେ ଶୃଙ୍ଖଳାଗତ ଓ ପରିଣାମଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି।
ବାବୁମାନେ ଷ୍ଟଡି ଲିଭ୍‌ରେ ଯିବାବେଳେ ଏଆଇଏସ୍‌ (କଣ୍ଡକ୍ଟ) ରୁଲ୍ସ, ୧୯୬୮କୁ ସମ୍ପୂର୍ଣ୍ଣ ଭାବେ ମାନୁ ନ ଥିବା ଜଣାପଡ଼ିବା ପରେ ଏହି ପଦକ୍ଷେପ ନିଆଯାଇଛି। ଫଳରେ ବର୍ତ୍ତମାନଠାରୁ ଷ୍ଟଡି ଲିଭ୍‌ରେ ଯିବା ପୂର୍ବରୁ ଆଇଏଏସ୍‌, ଆଇପିଏସ୍‌ ଏବଂ ଆଇଏଫ୍‌ଓଏସ୍‌ ଅଧିକାରୀମାନେ ଉପରୋକ୍ତ ନିୟମ ମାନି ଚଳିବା ନେଇ ଲିଖିତ ଭାବେ ଏକ ଅଣ୍ଡରଟେକିଂ ଦାଖଲ କରିବେ ବୋଲି ସମସ୍ତ ରାଜ୍ୟର ମୁଖ୍ୟ ସଚିବମାନଙ୍କୁ ନିର୍ଦ୍ଦେଶନାମାରେ କୁହାଯାଇଛି।

Share