Advertisement

ଟ୍ରାଫିକ ନିୟମ ପାଳନ ନ କଲେ ଦେଖିବାକୁ ପଡ଼ିବ ୨ ଘଣ୍ଟିଆ ଫିଲ୍ମ

ଫରିଦାବାଦ୍‌, ୬।୮: ଟ୍ରାଫିକ୍‌ ନିୟମ ପାଳନ କରୁ ନ ଥିବା ଅମାନିଆଙ୍କ ପାଇଁ ହରିୟାଣାର ଫରିଦାବାଦ ପୋଲିସ ପକ୍ଷରୁ ନୂଆ ଯୋଜନା ପ୍ରସ୍ତୁତ କରାଯାଇଛି। ଜରିମାନା ଦେଇ ମଧ୍ୟ ଅମାନିଆ ସୁଧୁରୁ ନ ଥିବାରୁ ଏବେ ସେମାନଙ୍କୁ ପାନେ ଦେବାକୁ ଟ୍ରାଫିକ୍‌ ପୋଲିସ ଚିନ୍ତା କରିଛନ୍ତି। ଏଭଳି ଅମାନିଆଙ୍କୁ ଧରି କଣ୍ଟ୍ରୋଲ ରୁମ୍‌ରେ ଟ୍ରାଫିକ୍‌ ନିୟମ ସମ୍ପର୍କିତ ୨ ଘଣ୍ଟିଆ ଫିଲ୍ମ ଦେଖାଯିବ। ପୂରା ଫିଲ୍ମ ଦେଖିବା ପରେ ଅମାନିଆଙ୍କୁ ଛାଡ଼ି ଦିଆଯିବ। ଅମାନିଆଙ୍କୁ ୨ ଘଣ୍ଟା ଏଭଳି ରୋକା ଯିବା ପରେ ସେମାନେ ପରବର୍ତ୍ତୀ ସମୟରେ ଏଭଳି ଭୁଲ୍‌ ଦୋହରାଇବେ ନାହିଁ ବୋଲି ପୋଲିସ କମିଶନର ଓ.ପି. ସିଂ ସୂଚନା ଦେଇଛନ୍ତି। ଫରିଦାବାଦ୍‌ ପୋଲିସ ପକ୍ଷରୁ ଅମାନିଆଙ୍କ ଲାଗି କରାଯାଇଥିବା ଏହି ନୂଆ ଦଣ୍ଡ ବ୍ୟବସ୍ଥା ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share