ଗଞ୍ଜାମ,୧୧।୮(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ କରୋନା ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଏ ନେଇ ଗଞ୍ଜାମ ସହରରେ ଥିବା ସମସ୍ତ ଦୋକାନ ମାଲିକମାନେ ଆଣ୍ଟିଜେନ ଟେଷ୍ଟ କରିବା ନିମନ୍ତେ ଗଞ୍ଜାମ ତହସିଲଦାର ଅବନୀ କୁମାର ସାହୁ ପରାମର୍ଶ ଦେଇଛନ୍ତି l ଯଦି କୌଣସି ଦୋକାନୀ ନିଜର ଆଣ୍ଟିଜେନ ଟେଷ୍ଟ ନ କରନ୍ତି ତେବେ ଉକ୍ତ ଦୋକାନ ସିଲ କରାଯିବ ବୋଲି ଜିଲାପାଳଙ୍କ ନିର୍ଦ୍ଦେଶ ଥିବା ତହସିଲଦାର କହିଛନ୍ତି l ଏଥିସହ କିଛି ଜରୁରୀ କାମ ନ ଥିଲେ ଘରୁ ବାହାରନ୍ତୁ ନାହିଁ, ଯିବା ସମୟରେ ମାକ୍ସ ପିନ୍ଧିବେ ଓ ସାମାଜିକ ଦୂରତା ରଖିବାକୁ ଗଣମାଧ୍ୟମ ଜରିଆରେ ତହସିଲଦାର ସୂଚନା ଦେଇଛନ୍ତି l
ସୂଚନା ଯୋଗ୍ୟ ଗତକାଲି ୧୦୦ ଜଣଙ୍କ ଆଣ୍ଟିଜେନ ଟେଷ୍ଟ ହୋଇଥିଲା l ସେଥିରୁ ୩ ଜଣ କରୋନା ପଜିଟିଭ୍ ଥିଲେ।