ହେଲମେଟ୍‌ ନ ପିନ୍ଧିଲେ ଅଟକିବ ଦରମା

ଭୁବନେଶ୍ୱର,୨୯।୬: ରାଜ୍ୟରେ ଦିନକୁ ଦିନ ଟ୍ରାଫିକ ନିୟମ କଡ଼ାକଡ଼ି ହେବାରେ ଲାଗିଛି। ଟ୍ରାଫିକ ନିୟମ ନ ମାନିଲେ ମୋଟା ଅଙ୍କର ତଣ୍ଡ ଗଣୁଛନ୍ତି ଅମାନିଆ । ଏହାରି ମଧ୍ୟରେ ସରକାରୀ କର୍ମଚାରୀଙ୍କ ପାଇଁ ହେଲମେଟ୍‌ ପିନ୍ଧିବା ବାଧ୍ୟତାମୂଳକ ବୋଲି ଏକ ନିର୍ଦ୍ଦେଶନାମାର ଚିଠି ସାମ୍‌ନାକୁ ଆସିଛି।

ବାଇକ୍‌ ଚାଳନା ସମୟରେ ହେଲମେଟ ନ ପିନ୍ଧିଲେ ଅଟକି ରହିବ ଦରମା । ଗଜପତି ଜିଲା ମୋହନ ବ୍ଲକ ଶିକ୍ଷା ଅଧିକାରୀଙ୍କ ନାଁରେ ଏଭଳି ଏକ ଚିଠି ଆସିବା ପରେ ଶିକ୍ଷକଙ୍କ ମଧ୍ୟରେ ଛନକା ପଶିବା ସହ ହଇଚଇ ସୃଷ୍ଟି ହୋଇଛି।

ରାଜ୍ୟରେ ଟ୍ରାଫିକ ନିୟମ କଡ଼ାକଡି ହେବାପରେ ଏହାର ଫଳାଫଳ ମଧ୍ୟ ମିଳୁଛି । ସମୟ କ୍ରମେ ବାଇକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ସାମାନ୍ୟ କମିଛି । ଲୋକେ କିଭଳି ଟ୍ରାଫିକ ନିୟମ ମାନିବେ ତାହାରି ଉପରେ ନଜର ରଖିଛି ପ୍ରଶାସନ। ଏହାସତ୍ତ୍ୱେ, କେତେକ ଲୋକ ସରକାରୀ କର୍ମଚାରୀ ହୋଇ ମଧ୍ୟ ସରକାରଙ୍କ ନିୟମ ଭାଙ୍ଗିବାକୁ ପଛାଉ ନାହାନ୍ତି।

Share