ଭୁବନେଶ୍ୱର,୨୯।୯(ବ୍ୟୁରୋ): ଏଣିକି କାର୍ରେ ବସୁଥିବା ଲୋକଙ୍କ ପାଇଁ ସିଟ୍ ବେଲ୍ଟ ବାଧ୍ୟତାମୂଳକ ହେବ। ଏ ନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ପରିବହନ କମିଶନରଙ୍କୁ ଚିଠି ଲେଖାଯାଇଛି । ସିଟ୍ ବେଲ୍ଟ ନ ପିନ୍ଧିଲେ ୧୦୦୦ଟଙ୍କା ଜରିମାନା ହେବ ବୋଲି ଜଣାପଡିଛି। ଯେଉଁ ଗାଡିରେ ୮ରୁ କମ୍ ସିଟ ଥିବ ସେଥିରେ ଡ୍ରାଇଭର ନିକଟରେ ଆଗରେ ବସୁଥିବା ଯାତ୍ରୀ ସିଟ ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି।