Categories: ଜାତୀୟ

ଯୋଗ କରୁଥିବା ସମୟରେ ତଳେ ପଡିଗଲେ କେନ୍ଦ୍ରମନ୍ତ୍ରୀ: ଏମ୍ସରେ ହେବେ ଭର୍ତ୍ତିି…

ପାଟନା,୨୧।୬ : ଅନ୍ତର୍ଜାତୀୟ ଯୋଗ ଦିବସରେ ବିହାରର ବୈଶାଳିରେ ଏକ ସାମୁହିକ କାର୍ଯ୍ୟକ୍ରମରେ ଯୋଗ କରୁଥିବାବେଳେ କେନ୍ଦ୍ର ମନ୍ତ୍ରୀ ପଶୁପତି କୁମାର ପରାସ ହଠାତ ଅସୁସ୍ଥ ଅନୁଭବ କରଥିଲେ। ସେ ତଳେ ପଡି ଯାଇଥିଲେ। ତାଙ୍କ ପାଖରେ ଉପସ୍ଥିତ ଥିବା ଦଳୀୟକର୍ମୀ ତାଙ୍କୁ ଉଠାଇଥିଲେ। ତାଙ୍କୁ ତୁରନ୍ତ ପ୍ରାଥମିକ ଚିକିତ୍ସା ଦିଆଯାଇଥିଲା। ତାଙ୍କୁ ଖରାରୁ ଛାଇକୁ ଅଣାଯାଇଥିଲା।

ତାଙ୍କ ଚାରିପଟେ ଥିବା ଗହଳି ହଟାଇ ଦିଆଯାଇଥିଲା। ଯେପରି ଶ୍ୱାସକ୍ରିୟାରେ କୌଣସି ଅସୁବିଧା ନ ହୁଏ ସେଭଳି ବ୍ୟବସ୍ଥା କରାଯାଇଥିଲା। ଏହା ପରେ ତାଙ୍କୁ ଦିଲ୍ଲୀ ଏମ୍ସ ନେବାକୁ ପ୍ରସ୍ତୁତି ଚାଲିଛି।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି ମୁଜାଫରପୁର ଯିବାବେଳେ ତାଙ୍କ କାର ଏକ ଖାଲରେ ଅଟକି ଯାଇଥିଲା। ଏହି କାରଣରୁ ତାଙ୍କର ପିଠିରେ ଯନ୍ତ୍ରଣା ହେଉଛି। ଶିରାରେ ମଧ୍ୟ ଏକ ସମସ୍ୟା ଅଛି। ସେଥିପାଇଁ ମୁଁ ଅଧିକ ସମୟ ବସିପାରିଲି ନାହିଁ। ଆଜି ଯୋଗ ଦିବସ । ଏଥିରେ ଅଂଶଗ୍ରହଣ କରିବା ଆବଶ୍ୟକ ଥିଲା । ମୁଁ ପାଟନାର ଡାକ୍ତର ଭାରତ କୁମାରଙ୍କ ପାଖରେ ଚିକିତ୍ସିତ ହେଉଛି। ବର୍ତ୍ତମାନ ମୁଁ ଦିଲ୍ଲୀ ଯିବି ଏବଂ ଏମ୍ସରେ ପରୀକ୍ଷା ଶେଷ କରିବି ।

ସ୍ଥାନୀୟ ଲୋକ କହିଛନ୍ତି ଗୁରୁତର ସ୍ବାସ୍ଥ୍ୟ ସମସ୍ୟାରେର ପୀଡିତ ୬୬ ବର୍ଷୀୟ କେନ୍ଦ୍ର ମନ୍ତ୍ରୀ ପଶୁପତି ପରାସ ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗଦେବା ପାଇଁ ହାଜିପୁରରେ ପହଞ୍ଚିଥିଲେ। ଏହି ସମୟରେ ତାଙ୍କ ସ୍ବାସ୍ଥ୍ୟ ହଠାତ ଖରାପ ହୋଇଯାଇଥିଲା। ଲୋକମାନେ ତାଙ୍କୁ ସୋଫାରେ ବସାଇଥିଲେ। ସେ କିଛି ଆରାମ ଅନୁଭବ କରିବା ପରେ ତୁରନ୍ତ ଡାକ୍ତରଙ୍କୁ ଡକା ଯାଇଥିଲା। ଅଧିକ ଚିକିତ୍ସା ପାଇଁ ଡାକ୍ତରମାନେ ତାଙ୍କୁ ଏମ୍ସ ଯିବାକୁ ପରାମର୍ଶ ଦେଇଥିଲେ।

Share