ସଠିକ୍‌ ବରପାତ୍ର ଖୋଜିଦେଲେ ଯୁବତୀ ଦେବେ ୪ ଲକ୍ଷ

ଓ୍ବାଶିଂଟନ,୧୪ା୭: ଆମେରିକାର ଲସ୍‌ଏଞ୍ଜଲସ୍‌ରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଜଣେ ଯୁବତୀ ଏକୁଟିଆ ରହିବା ଦ୍ୱାରା ଅସୁବିଧାରେ ପଡ଼ିଛନ୍ତି। ସେ କହିଛନ୍ତି, ଯିଏ ତାଙ୍କ ପାଇଁ ପରଫେକ୍ଟ ବରପାତ୍ର ଖୋଜିଦେବେ ସେ ତାଙ୍କୁ ୫୦୦୦ ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୪,୧୦,୪୬୨ ଟଙ୍କା ରେଫରାଲ ବୋନସ ଦେବେ।

ସ୍ଥାନୀୟ ଖବର ଅନୁଯାୟୀ, ଲସ୍‌ଏଞ୍ଜେଲ୍‌ସର ୩୫ ବର୍ଷୀୟା କର୍ପୋରେଟ ମୋକଦ୍ଦମା ଓକିଲ ଇଭ୍‌ ଟିଲି-କୁଲସନ୍‌ ସୋସିଆଲ ମିଡିଆରେ ଏକ ଭିଡିଓ ଅପଲୋଡ କରି ତାଙ୍କ ଭାବି ସ୍ବାମୀଙ୍କୁ ଖୋଜିବାରେ ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି। ସୋସିଆଲ ମିଡିଆରେ ତାଙ୍କର ୧୦ ଲକ୍ଷରୁ ଅଧିକ ଫଲୋର୍ସ ରହିଛନ୍ତି।

ଡେଟିଂରେ ଇଭ୍‌ ବିଫଳ ହେବା ପରେ ଏମିତି ଘୋଷଣା କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ବରପାତ୍ର ଡେଙ୍ଗା ହେବା ଦରକାର। ଯାହାଙ୍କ ବୟସ ୨୭ରୁ ୪୭ ବର୍ଷରେ ହୋଇଥିବା ଆବଶ୍ୟକ। ଉଚ୍ଚତା ୫ ଫୁଟ ୧୧ ଫୁଟ ହେବା ଜରୁରୀ। ସେ କହିଛନ୍ତି, ମୁଁ ଡେଙ୍ଗା। ତେଣୁ ମୋ’ ପାଇଁ ଡେଙ୍ଗା ବରପାତ୍ର ଆବଶ୍ୟକ।

Share