କରୋନା ଟିକା ନେଲେ ମିଳିବ ୧୦ ଲକ୍ଷ ଟଙ୍କା

ଓ୍ବାଶିଂଟନ୍‌,୧୪।୫: କରୋନା ମହାମାରୀ ମଧ୍ୟରେ ସମଗ୍ର ଦେଶର ସରକାର ଲଗାତର ଟିକା ନେବାକୁ ପ୍ରୋତ୍ସାହିତ କରୁଛନ୍ତି। କରୋନା ଟିକା କେବଳ ଲୋକଙ୍କୁ ସୁରକ୍ଷା ଦିଏ ନାହିଁ, ବରଂ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସହାୟକ ହୋଇଥାଏ। ଆମେରିକାର ଏକ ସହରରେ ଟିକା ନେବା ପାଇଁ ଲୋକଙ୍କୁ ପ୍ରୋତ୍ସାହନ ରାଶି ସ୍ବରୁପ ଅର୍ଥ ଦିଆଯାଉଛି। ଏଠାକାର ଓହାୟୋ ସହରରେ କରୋନା ଟିକା ନେଲେ ଲୋକଙ୍କୁ ୧୦ ଲକ୍ଷ ଟଙ୍କା ମିଳିବ ବୋଲି ଘୋଷଣା କରାଯାଇଛି। ଖାଲି ଏତିକି ନୁହେଁ, ବେସ୍‌ବଲ ଖେଳ ଟିକେଟ, ବିୟର, ଫ୍ରେଞ୍ଚ ଫ୍ରାଇଜ୍‌ ମଧ୍ୟ ଯୋଗାଇ ଦିଆଯିବ।

ଏହି ସହରର ଗଭର୍ନର ମାଇକ୍‌ ଡ୍ବିନ୍‌ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି। ସେ ଟୁଇଟ୍‌ରେ ଲେଖିଛନ୍ତି, ସେ ମେ’ ୨୬ରୁ କରୋନା ଭାଇରସ ରିଲିଫ ପାଣ୍ଠିର ଲଟେରି ଘୋଷଣା କରିବାକୁ ଯାଉଛନ୍ତି। ଏହି ଲଟେରି ପାଇଁ ଯେଉଁମାନେ ଯୋଗ୍ୟ ବିବେଚିତ ହେବେ ସେମାନଙ୍କ କରୋନା ଟିକା ଦିଆଯିବ। ଏହି ଲଟେରିର ଡ୍ର’ ପ୍ରତି ବୁଧବାର ହେବ। ଏହା ୫ ସପ୍ତାହ ଚାଲିବ। ପ୍ରତି ଲଟେରି ବିଜେତାଙ୍କୁ ୧୦ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ। ଟିକା ନେବା ପାଇଁ ଏହା ଲୋକଙ୍କୁ ପ୍ରୋତ୍ସାହିତ କରିବ।

Share