ପେଟରେ ଷ୍ଟୋନ ସମସ୍ୟା ଥିଲେ, ଖାଆନ୍ତୁ..

ଆଜିକାଲି ବ୍ୟସ୍ତବହୁଳ ଜୀବନଶୈଳୀ ଭିତରେ ସ୍ବାସ୍ଥ୍ୟର ଯତ୍ନ ନେବା କଷ୍ଟକର ହୋଇପଡୁଛି। ଫଳରେ ନାନା ପ୍ରକାର ରୋଗ ଶରୀରକୁ ମାଡିବସୁଛି। ତେଣୁ ବିଭିନ୍ନ ମସଲାଯୁକ୍ତ ଖାଦ୍ୟ ଅପେକ୍ଷା ଶସ୍ୟ ଜାତୀୟ ଖାଦ୍ୟ ଖାଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ। ଅନେକ ଲୋକ କୋଳଥ ଡାଲି ଖାଇବାକୁ ପସନ୍ଦ କରିଥାଆନ୍ତି। ଏହି ଡାଲି ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ଅଟେ। ଏହା ପାଟିକୁ ସ୍ବାଦିଷ୍ଟ ଲାଗେ। କୋଳଥ ଡାଲିର କିଛି ଚମତ୍କାରୀ ଗୁଣ ରହିଛି ଯାହା ଶରୀରକୁ ସୁସ୍ଥ ରଖିଥାଏ। ନିୟମିତ କୋଳଥ ଖାଇଲେ ମେଦ ହ୍ରାସ ପାଇଥାଏ। କୋଳଥ ଡାଲି ଖାଇବା ଦ୍ୱାରା ପେଟରେ ଷ୍ଟୋନ ସମସ୍ୟା ଦୂର ହୋଇଥାଏ। ଏଥିରେ ଭିଟାମିନ-ଏ ଥିବାରୁ ଏହା ଶରୀର ପାଇଁ ଉପକାରୀ ସାବ୍ୟସ୍ତ ହୋଇଥାଏ।