ଡାଇବେଟିସ୍‌ ଅଛି କି, ତାଳି ମାରନ୍ତୁ ସୁସ୍ଥ ରୁହନ୍ତୁ…

ନୂଆଦିଲ୍ଲୀ: ସମ୍ପ୍ରତି ପରିବର୍ତ୍ତିତ ଜୀବନଶୈଳୀରେ କେତେକଙ୍କଠାରେ ଡାଇବେଟିସ୍‌ ସମସ୍ୟା ଦେଖାଦେଉଛି। ତେବେ ଏଭଳି ସମସ୍ୟାରୁ ଦୂରେଇ ରହିବା ହାତ ପାଆନ୍ତାରେ ରହିଛି। ପ୍ରତିଦିନ ସକାଳେ ଅଭ୍ୟାସ କରି କିଛି ସମୟ ତାଳି ମାରିଲେ ବହୁ ଶାରୀରିକ ସମସ୍ୟା ସହିତ ଡାଇବେଟିସ୍‌ ସମସ୍ୟାରୁ ମଧ୍ୟ ସହଜରେ ମୁକ୍ତି ମିଳି ପାରିବ। ହାତର ବିଭିନ୍ନ ଅଂଶରେ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗକୁ ସଂଯୋଗ କରୁଥିବା ସ୍ନାୟୁ ରହିଛି। ଏହା ସହିତ ଚାପ ବିନ୍ଦୁ ମଧ୍ୟ ରହିଛି। ତାଳି ମାରିବା ସମୟରେ ନିଦ୍ଦିଷ୍ଟ ବିନ୍ଦୁରେ ଚାପ ପଡ଼ିବା ଯୋଗୁ ଏହା ସହିତ ଜଡ଼ିତ ରହିଥିବା ଅଙ୍ଗର କାର୍ଯ୍ୟକାରିତା ସ୍ବାଭାବିକ ହେବାରେ ଲାଗିଥାଏ। ତାଳି ମାରିବା ଦ୍ୱାରା ମାନସିକସ୍ତର ଉପରେ ସକାରାତ୍ମକ ପ୍ରଭାବ ପଡ଼ିଥାଏ। ସେହିପରି ହାର୍ଟକୁ ଆବଶ୍ୟକ ରକ୍ତ ପହଞ୍ଚିବା କାର୍ଯ୍ୟ ତ୍ୱରାନ୍ବିତ ହୋଇ ଶରୀରରେ ରକ୍ତ ସଞ୍ଚାଳନ ବୃଦ୍ଧି ପାଏ। ଏହା ଦ୍ୱାରା ବହୁବିଧ ହାର୍ଟ ସମସ୍ୟା ସହିତ ରକ୍ତଚାପ ଦୂର ହୁଏ। ତାଳି ମାରିଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବା ଯୋଗୁ ବିଭିନ୍ନ ସଂକ୍ରମଣରୁ ସହଜରେ ଦୂରେଇ ହୋଇ ରହିବା ସମ୍ଭବ ହୋଇ ପାରିଥାଏ। ନିୟମିତ ତାଳି ମାରିଲେ ହାଡ଼ ସଶକ୍ତ ହେବା ସହିତ ଆଣ୍ଠୁଗଣ୍ଠି ସମସ୍ୟା, ନିଦ୍ରାହୀନତା, ମୁଣ୍ଡବିନ୍ଧା, ଥଣ୍ଡା ସମସ୍ୟା, ଦୃଷ୍ଟି ଶକ୍ତି ସମସ୍ୟା ଆଦି ଦୂର ହୋଇଥାଏ। ଛୋଟ ପିଲା ତାଳି ମାରିଲେ ସେମାନଙ୍କ ସ୍ମୃତିଶକ୍ତି ପ୍ରଖର ହେବା ସହିତ ପାଠପଢ଼ାରେ ସେମାନଙ୍କ ବନାନ୍‌ ଶୁଦ୍ଧି ହୋଇଥାଏ ବୋଲି ବିଶେଷଜ୍ଞ କହିଥାନ୍ତି। ସକାଳେ ତାଳି ମାରିଲେ ଶରୀର ଉପରେ ଅଧିକ ସକାରାତ୍ମକ ପ୍ରଭାବ ଅନୁଭୁତ ହୋଇଥାଏ ବୋଲି ବିଶେଷଜ୍ଞ କୁହନ୍ତି। ତାଳି ମାରିବା ସହିତ ହାତ ପାପୁଲିରେ ନଡ଼ିଆ ଅବା ସୋରିଷ ତେଲ ମାଲିସ କରେ ଅଧିକ ସୁଫଳ ମିଳିଥାଏ।