ଥାଇରଏଡ୍‌ ସମସ୍ୟା ଥିଲେ ଖାଆନ୍ତୁ ଏସବୁ

ଅଧିକାଂଶ ଲୋକଙ୍କଠାରେ ବର୍ତ୍ତମାନ ଥାଇରଏଡ୍‌ ସମସ୍ୟା ଦେଖାଦେଉଛି। ମାନସିକ ଦୁଃଶ୍ଚିନ୍ତା, ଖାଦ୍ୟରେ ଆୟୋଡିନ୍‌ ମାତ୍ରା କମ୍‌ କିମ୍ବା ଅଧିକ ହେଲେ ଏହି ସମସ୍ୟା ଦେଖାଦେଇଥାଏ। ଏହା ବଂଶାନୁଗତ ମଧ୍ୟ ହୋଇପାରେ। ପୁରୁଷମାନଙ୍କ ତୁଳନାରେ ମହିଳାମାନଙ୍କଠାରେ ଥାଇରଏଡ୍‌ ସମସ୍ୟା ଅଧିକ ଦେଖା ଦେଇଥାଏ। ତେବେ ଏହି ରୋଗୀମାନେ କେଉଁ ପ୍ରକାର ଖାଦ୍ୟ ଖାଇବା ଉଚିତ୍‌/ଅନୁଚିତ ସେଥିପ୍ରତି ଧ୍ୟାନ ଦିଅନ୍ତୁ।
ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତ ଅନୁଯାୟୀ, ଥାଇରଏଡ୍‌ ରୋଗୀମାନେ ନିୟମିତ ଗୋଟିଏ ଗ୍ଲାସ କ୍ଷୀର ପିଇବା ସହିତ କିଛି ଅଦା, ରସୁଣ, ପିଆଜ ଖାଦ୍ୟରେ ସାମିଲ୍‌ କରିବା ଉଚିତ୍‌। ନିୟମିତ ଖେଚୁଡ଼ି ମଧ୍ୟ ଏହି ରୋଗୀଙ୍କ ପାଇଁ ବହୁ ଉପକାରୀ। ନଡ଼ିଆ ତେଲରେ ରୋଷେଇ କରି ଖାଇବା ଉଚିତ୍‌। ପ୍ରତିଦିନ ସକାଳେ ୧୦ରୁ ୧୫ ମିନିଟ୍‌ କଅଁଳ ଖରାରେ ରହିବା ଥାଇରଏଡ୍‌ ରୋଗୀଙ୍କ ପାଇଁ ନିହାତି ଜରୁରୀ।
ସେହିପରି ଅଧିକ ଥଣ୍ଡା ପାନୀୟ ଗ୍ରହଣ କରିବା ଅନୁଚିତ। ଫୁଲକୋବି, ବନ୍ଧାକୋବି, ମୂଳା, ବିଟ୍‌, ଛେଳି ମାଂସ ଅଧିକ ପରିମାଣରେ ଖାଇଲେ ଥାଇରଏଡ୍‌ ସମସ୍ୟା ଆହୁରି ବଢ଼ିଯାଏ। ରାଗ, ମସଲା ଜାତୀୟ ଖାଦ୍ୟଠାରୁ ଦୂରେଇ ରହିବା ଉଚିତ୍‌। ଦହି ଖାଇବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମଧ୍ୟ ବାରଣ ରହିଛି।