Categories: ଜାତୀୟ

ଭାଜପା ସହିତ ମେଣ୍ଟ କଲେ ମିଳିବ ସମର୍ଥନ, କହିଲେ ସିନ୍ଦେ…

ମୁମ୍ବାଇ, ୨୧।୬ : ମହାରାଷ୍ଟ୍ର ସରକାରରେ ସଙ୍କଟ ସୃଷ୍ଟି କରିଥିବା ଏକନାଥ ସିନ୍ଦେଙ୍କ ସହିତ ଆଲୋଚନା ଜାରି ରହିଛି। ସେ କହିଛନ୍ତି ଯେ ରାଜ୍ୟରେ ଶିବସେନାର ପୂର୍ବତନ ସହଯୋଗୀ ଭାଜପା ସହିତ ମେଣ୍ଟ କଲେ ବିଦ୍ରୋହୀ ବିଧାୟକଙ୍କ ସମର୍ଥନ ମିଳିବ। ଆମେ ବାଲା ସାହେବ ଠାକ୍‌ରେଙ୍କ ଶିବ ସୈନିକ। ଆମେ ହିନ୍ଦୁତ୍ୱ ପ୍ରତି ହୋଇଥିବା ପ୍ରତାରଣକୁ କେବେ ମଧ୍ୟ ସହ୍ୟ କରିବୁ ନାହିଁ ବୋଲି ସିନ୍ଦେ ଫୋନ୍‌ ଆଲୋଚନା ସମୟରେ ମନ୍ତବ୍ୟ ପ୍ରଦାନ କରିଛନ୍ତି।

ସିନ୍ଦେ ଦାବି କରିଛନ୍ତି ଯେ ତାଙ୍କ ସହିତ ୩୦ ଶିବସେନା ବିଧାୟକଙ୍କ ସହିତ ୨ ଜଣ ନିର୍ଦ୍ଦଳୀୟ ବିଧାୟକ ରହିଛନ୍ତି। ଶିବସେନା ପକ୍ଷରୁ ମିଳିନ୍ଦ ନାର୍ବେକର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ସହିତ ସିନ୍ଦେଙ୍କ କଥାବାର୍ତ୍ତା ଫୋନ୍‌ରେ କରାଇଛନ୍ତି। ୧୫ରୁ ୨୦ ମିନିଟ ଧରି ହୋଇଥିବା କଥାବାର୍ତ୍ତାରେ ସିନ୍ଦେ ନିଜ ଜିଦ୍‌ରେ ଅଟଳ ରହିଛନ୍ତି। ମୁମ୍ବାଇ ଆସି ଆଲୋଚନା କରିବାକୁ ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କୁ କହିଛନ୍ତି।

Share