Advertisement

ଏହି ୪ ପ୍ରକୃତିର ଲୋକଙ୍କ ସହ ମିଶିଲେ ହୋଇଯିବେ ବରବାଦ; ସର୍ପଠାରୁ ବି ଏମାନେ ଭୟଙ୍କର…

ଜଣେ ମହାନ ରାଜନେତା ଭାବରେ ବିବେଚିତ ହୋଇଥିବା ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିରେ ମନୁଷ୍ୟ ଜୀବନ ସହ ଜଡ଼ିତ ଅନେକ ବିଷୟରେ ଉଲ୍ଲେଖ କରିଛନ୍ତି। ସେଥିରୁ ଗୋଟିଏ ଶ୍ଳୋକରେ ଜଣେ ବ୍ୟକ୍ତି କିଭଳି ଏବଂ କେଉଁ ପରିସ୍ଥିତିରେ ନଷ୍ଟ ହୋଇଯାଏ ବୋଲି ସେ କହିଛନ୍ତି। ଏଥିସହ ସେ ଏପରି ଜଣେ ବ୍ୟକ୍ତିଙ୍କ ବିଷୟରେ କହିଛନ୍ତି ଯିଏ ସାପ ଅପେକ୍ଷା ଅଧିକ ବିପଦଜନକ। ଆସନ୍ତୁ ଜାଣିବା…

ମନୁଷ୍ୟକୁ କୁକର୍ମ ବିଷୟରେ ସଚେତନ କରି ଚାଣକ୍ୟ କୁହନ୍ତି, ଦୂରାଚାରି ବ୍ୟକ୍ତି, ଦୁଷ୍ଟ ସ୍ବଭାବ ଥିବା ମନୁଷ୍ୟ, ବିନା କାରଣରେ ଅନ୍ୟର କ୍ଷତି ଘଟାଉଥିବା ବ୍ୟକ୍ତି ଏବଂ ଦୁଷ୍ଟ ବ୍ୟକ୍ତିଙ୍କ ସହିତ ବନ୍ଧୁତା ରଖୁଥିବା ବ୍ୟକ୍ତି ଯେତେ ଶ୍ରେଷ୍ଠ ହୋଇ ଥାଉ ନା କାହିଁକି ସେ ଶୀଘ୍ର ଖରାପ ହୋଇଯାଏ। କାରଣ କୁସଙ୍ଗରେ ରହିବାର ପ୍ରଭାବ ନିଶ୍ଚିତ ପଡ଼ିଥାଏ। ଜ୍ଞାନୀ ବ୍ୟକ୍ତି ଦୁର୍ଜନଠାରୁ ଦୂରରେ ରହିବା ଉଚିତ। କାରଣ ମସ୍ତକରେ ମଣି ଥିଲେ ସୁଦ୍ଧା ସର୍ପ ବିପଦଜନକ।

ଚାଣକ୍ୟ କୁହନ୍ତି ଉଭୟ ସାପ ଏବଂ ଦୁଷ୍ଟ ଲୋକଙ୍କ ମଧ୍ୟରେ ସାପ ଭଲ। କାରଣ ସାପ ଥରେ କାମୁଡ଼େ କିନ୍ତୁ ଦୁଷ୍ଟମାନେ ସବୁବେଳେ କ୍ଷତି କରିବାକୁ ପ୍ରସ୍ତୁତ ରହିଥାଏ।

ଏହି କାରଣରୁ ସମସ୍ତେ ମନ୍ଦ ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଉଚିତ। ଦୁଷ୍ଟ ଲୋକର ମୁହଁରେ ପ୍ରସନ୍ନତା ଥାଏ। ତାଙ୍କ ବାଣୀ ଚନ୍ଦନ ପରି ଥଣ୍ଡା କିନ୍ତୁ ତାଙ୍କ ମନ ଖରାପ ଭାବନାରେ ପୂର୍ଣ୍ଣ ଥାଏ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel