Categories: ବାଣିଜ୍ୟ

UPI ID: ନୂଆ ବର୍ଷରେ ବନ୍ଦ ହୋଇଯାଇପାରେ ଆପଣଙ୍କ ୟୁପିଆଇ ଆଇଡି, ଡିସେମ୍ବର ୩୧ ସୁଦ୍ଧା କରିନିଅନ୍ତୁ ଏହି କାମ

ନୂଆଦିଲ୍ଲୀ,୨୦।୧୨: ନୂଆବର୍ଷ ଅର୍ଥାତ ୧ ଜାନୁୟାରୀ ୨୦୨୪ରୁ ବ୍ୟବହାର ହୋଇ ନ ଥିବା ୟୁପିଆଇ ଆଇଡି ବନ୍ଦ ହୋଇଯିବ। ଯଦି ଗୁଗୁଲ ପେ’, ପେ’ଟିଏମ୍‌ ଏବଂ ଫୋନ୍‌ ପେ’ ଭଳି ପେମେଣ୍ଟ ଆପ୍‌ରେ ୟୁପିଆଇ ଆଇଡି ବ୍ୟବହାର କରୁଛନ୍ତି, ହେଲେ ତାକୁ ଦୀର୍ଘ ଏକ ବର୍ଷ ଧରି ତାକୁ ବ୍ୟବହାର କରିନାହାନ୍ତି ତେବେ ସେହି ଆକାଉଣ୍ଟ ବନ୍ଦ ହୋଇଯିବ। ଏଣୁ ଆକାଉଣ୍ଟ ବନ୍ଦ ନ ହେବାକୁ ଚାହୁଁଥିଲେ ତୁରନ୍ତ ସେଥିରେ ଅତି କମ୍‌ରେ ଗୋଟିଏ ଟ୍ରାନ୍ଜାକ୍ସନ କରିନିଅନ୍ତୁ।

ନ୍ୟାଶନାଲ ପେମେଣ୍ଟସ୍‌ କର୍ପୋରେଶନ ଅଫ୍‌ ଇଣ୍ଡିଆ(ଏନ୍‌ପିସିଆଇ) ସମସ୍ତ ବ୍ୟାଙ୍କ ଏବଂ ଅନ୍ୟାନ୍ୟ ଥାର୍ଡ ପାର୍ଟି ଆପ୍‌କୁ ଗତ ୧ ବର୍ଷ ଧରି ଡିଆକ୍ଟିଭେଟ୍‌ ୟୁପିଆଇ ଆଇଡିକୁ ୩୧ ଡିସେମ୍ବର ୨୦୨୩ ପରଠାରୁ ବନ୍ଦ କରିବାକୁ କହିଛି। ଏନେଇ କିଛି ଦିନ ତଳେ ସର୍କୁଲାର ଜାରି କରାଯାଇଛି। ଏଣୁ ବ୍ୟାଙ୍କଗୁଡ଼ିକ ଉକ୍ତ ଆଇଡିକୁ ବନ୍ଦ କରିବା କାମ ଆରମ୍ଭ କରିଛନ୍ତି। ଏଥିଲାଗି ବ୍ୟାଙ୍କ ପକ୍ଷରୁ ଇମେଲ ଅଥବା ମେସେଜ ଜରିଆରେ ନୋଟିଫିକେଶନ ଯିବ ବୋଲି ଜଣାପଡ଼ିଛି।

Share