ଭୁବନେଶ୍ୱର,୧୫ା୫(ବ୍ୟୁରୋ): ରାଜଧାନୀରେ କଳା କାଚ ଥିବା କାର୍ ଦେଖିଲେ ପୋଲିସ ନେବ ଜରିମାନା। ଅପରାଧ ରୋକିବାକୁ କମିଶନରେଟ ପୋଲିସ ଏପରି ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଛି। କାର୍ରେ ଯଦି କଳା କାଚ ଲାଗିଥାଏ, ତେବେ ମାଲିକ ୫୦୦ ଟଙ୍କା ତଣ୍ଡ ଗଣିବେ।
ଆଗାମୀ ଦିନରେ ଏହି ନିୟମକୁ ଆହୁରି କଡ଼ାକଡ଼ି କରାଯିବ। ପ୍ରତି ଛକରେ ଯାଞ୍ଚ କରାଯିବ। ଯଦି କୌଣସି ମାଲିକ ବାରମ୍ବାର ତାଗିଦ୍ ସତ୍ତ୍ୱେ ଏପରି କରନ୍ତି ତେବେ ଆଗକୁ ଗାଡ଼ି ସିଜ୍ କରାଯିବ ବୋଲି ଟ୍ରାଫିକ୍ ଏସ୍ପି କହିଛନ୍ତି।