ଘରେ ପକ୍ଷୀଙ୍କ ଫଟୋ ଲଗାଉଥିଲେ ଜାଣି ନିଅନ୍ତୁ ଏସବୁ କଥା, ବୃଦ୍ଧି ପାଇବ ସୁଖ-ସମୃଦ୍ଧି…

ପକ୍ଷୀମାନେ ଦେଖିବାକୁ ଖୁବ୍‌ ସୁନ୍ଦର ହୋଇଥାନ୍ତି। ସେଥିପାଇଁ ଅନେକେ ଘରର ଶୋଭା ବଢ଼ାଇବାକୁ କାନ୍ଥରେ ବିଭିନ୍ନ ପକ୍ଷୀଙ୍କର ଫଟୋ ତଥା ଛବି ଆଦି ଲଗାଇଥାନ୍ତି। ତେବେ ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି ବି କେତେକ ପକ୍ଷୀ ଅଛନ୍ତି; ଯାହାଙ୍କ ଫଟୋ ହେଉ ଅବା ଛବିକୁ ଘରେ ଲଗାଇଲେ ଘରର ଶୋଭା ବଢ଼ିବା ସହ ସୁଖ, ସମୃଦ୍ଧି ବି ବୃଦ୍ଧି ପାଇଥାଏ। ଯେମିତି କି:

* ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରେ ଲଭ୍‌ ବାଡର୍‌ସ, ମୟୂର, ନୀଳକଣ୍ଠ ପକ୍ଷୀ, ହଂସ ଆଦି ପକ୍ଷୀଙ୍କ ଫଟୋ ଅଥବା ଛବି ଲଗାଇବା ଅତ୍ୟନ୍ତ ଶୁଭ ହୋଇଥାଏ। କୁହାଯାଏ, ଏହି ପକ୍ଷୀମାନଙ୍କର ଫଟୋ ହେଉ ଅବା ଛବିକୁ ଘରେ ଲଗାଇଲେ ସବୁକାର୍ଯ୍ୟରେ ସଫଳତା ମିଳିଥାଏ।

* ବିଶେଷକରି ଲଭ୍‌ ବାଡର୍‌ସଙ୍କର ଫଟୋକୁ ଶୁକ୍ରବାର ଦିନ ଘରର ଉତ୍ତର ଦିଗ କାନ୍ଥରେ ଲଗାଇଲେ ଘରେ ସକାରାତ୍ମକ ଊର୍ଜାର ପ୍ରଭାବ ବୃଦ୍ଧି ପାଇଥାଏ ବୋଲି ବିଶ୍ୱାସ ରହିଛି।

* ସେହିପରି ଶୁଆଙ୍କୁ ବାସ୍ତୁଶାସ୍ତ୍ରରେ ଭାଗ୍ୟଶାଳୀ ପକ୍ଷୀ ବୋଲି କୁହାଯାଇଥାଏ। ଏମାନଙ୍କ ଫଟୋକୁ ଘରେ ଲଗାଇଲେ ଐଶ୍ୱର୍ଯ୍ୟ ବୃଦ୍ଧି ହେବା ସହ ପରିବାର ସଦସ୍ୟଙ୍କ ଭିତରେ ଭଲପାଇବା ବଢ଼ିଥାଏ। ସେମାନଙ୍କ ସ୍ବାସ୍ଥ୍ୟରେ ବି ଉନ୍ନତି ପରିଲକ୍ଷିତ ହୋଇଥାଏ।

* ତେବେ ବାସ୍ତୁଶାସ୍ତ୍ରରେ, ଏହି ପକ୍ଷୀମାନଙ୍କର ଫଟୋକୁ ଘରର ଉତ୍ତର-ପଶ୍ଚିମ, ଉତ୍ତର-ପୂର୍ବ ଅଥବା ପୂର୍ବ ଦିଗର କାନ୍ଥରେ ଲଗାଇବା ଶୁଭ ବୋଲି କୁହାଯାଇଛି।

* ଅନ୍ୟପକ୍ଷେ କେତେକ ବାସ୍ତୁବିତ୍‌ମାନେ ମତ ଦିଅନ୍ତି ଯେ, ଘରେ ଫିନିକ୍ସ ନାମକ ଏକ ପୌରାଣିକ ପକ୍ଷୀର ଫଟୋ ହେଉ ଅବା ଛବି ଲଗାଇବା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ।