‘ଏଥର ନବୀନଙ୍କୁ ଭୋଟ ଦେଲେ ପାଣ୍ଡିଆନ୍‌ଙ୍କ ପାଖକୁ ଯିବ’

ଭୁବନେଶ୍ୱର,୩୦।୫: ପାଣ୍ଡିଆନ୍‌ ତାଙ୍କ ଉତ୍ତରାଧିକାରୀ ନୁହଁନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିବା ପରେ ଭାଜପା ନେତା ବୈଜୟନ୍ତ ପଣ୍ଡା କାଉଣ୍ଟର କରିଛନ୍ତି। ବୈଜୟନ୍ତ କହିଛନ୍ତି, ପାଣ୍ଡିଆନ୍‌ ମୁଖ୍ୟମନ୍ତ୍ରୀଙ୍କୁ କଣ୍ଟ୍ରୋଲ କରିବା ପୂରା ରାଜ୍ୟବାସୀ ଦେଖୁଛନ୍ତି। ତାଙ୍କ ମାଇକ ଧରିବାଠାରୁ ଆରମ୍ଭ କରି ଭାଷଣ ପ୍ରମ୍ପଟିଂ ବି କରୁଛନ୍ତି। ସେ ଦଳ, ସରକାର ଏବଂ ମୁଖ୍ୟମନ୍ତ୍ରୀଙ୍କୁ କଣ୍ଟ୍ରୋଲ କରୁଛନ୍ତି। ଲୋକ ଜାଣିଛନ୍ତି, ଯଦି ଏଥର ସେମାନେ ନବୀନଙ୍କୁ ଭୋଟ ଦେଲେ ଅଣଓଡ଼ିଆ ତାମିଲ ଲୋକ ପାଖକୁ ଯିବ।