ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରରେ ଅନେକ କିଛି ବର୍ଣ୍ଣନା କରିଛନ୍ତି। ଯାହାକୁ ଗ୍ରହଣ କରି ଜଣେ ଖୁସିରେ ଜୀବନ ଅତିବାହିତ କରି ପାରିବ। ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରର
ଏକ ଶ୍ଳୋକରେ ୭ ପ୍ରାଣୀଙ୍କ ବିଷୟରେ କହିଛନ୍ତି। ଯେଉଁ ମାନଙ୍କୁ ନିଦରୁ ଉଠାଇବା ମୃତ୍ୟୁ ସଙ୍ଗେ ସମାନ। ଜାଣନ୍ତୁ ଏହି ପ୍ରାଣୀଙ୍କ ସମ୍ପର୍କରେ।
ସେ କହିଛନ୍ତି ରାଜା କିମ୍ବା ପ୍ରଶାସନିକ ଅଧିକାରୀଙ୍କୁ ନିଦରୁ ଉଠାଇବା କଥା ନୁହେଁ। ଅସମ୍ପୂର୍ଣ୍ଣ ନିଦରୁ ଉଠାଇଲେ ସେ କ୍ରୋଧରେ ଆପଣଙ୍କୁ ଦଣ୍ଡ ଦେଇ ପାରନ୍ତି।
ସିଂହ ଏବଂ ସାପଙ୍କ କ୍ଷେତ୍ରରେ ଚାଣକ୍ୟ ସମାନ କଥା କହିଛନ୍ତି। ସେ କହିଛନ୍ତି, ଶୋଇବା ପରେ ସିଂହକୁ ଜାଗ୍ରତ କରିବା ସାଂଘାତିକ ହୋଇପାରେ ଏବଂ ସାପକୁ ଜାଗ୍ରତ କଲାବେଳେ ସମାନ ପରିଣାମ ମଧ୍ୟ ହୋଇପାରେ। ମୃତ୍ୟୁକୁ ଏଡାଇବାକୁ ହେଲେ ଏହି ଦୁଇଜଣଙ୍କର ନିଦ କେବେ ଭାଙ୍ଗନ୍ତୁ ନାହିଁ।
ଚାଣକ୍ୟ ଆହୁରି ମଧ୍ୟ କହିଛନ୍ତି, ପିଲାକୁ ନିଦରୁ ଜାଗ୍ରତ କରିବା ଉଚିତ ନୁହେଁ। କାରଣ ଏକ ଅସମ୍ପୂର୍ଣ୍ଣ ନିଦ୍ରାରୁ ଉଠିବା ପରେ ପିଲାମାନେ ଜିଦ୍ଖୋର ହୋଇଥାନ୍ତି। ଏବଂ ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରନ୍ତି।
ଜଣେ ମୁର୍ଖ ବ୍ୟକ୍ତିଙ୍କୁ ମଧ୍ୟ ଜାଗ୍ରତ କରିବାକୁ ଚାଣକ୍ୟ ମନା କରିଛନ୍ତି।
ଚାଣକ୍ୟଙ୍କ ଅନୁଯାୟୀ, ଏକ ହିଂସ୍ର ପ୍ରାଣୀଙ୍କୁ ମଧ୍ୟ ନିଦରୁ ଜାଗ୍ରତ କରିବା ଅନୁଚିତ୍। ଯେତେବେଳେ ସେ ଜାଗ୍ରତ ହୁଏ, ସେ କ୍ରୋଧରେ ଆକ୍ରମଣ କରିପାରନ୍ତି ।
ସେହିଭଳି ଚାଣକ୍ୟ କହିଛନ୍ତ, ବିଛା ଭଳି କୀଟକୁ ଶୋଇବା ସମୟରେ ଜାଗ୍ରତ କରାନ୍ତୁ ନାହିଁ।
କାରଣ ସେମାନେ ଆଖି ପିଛୁଳାକେ ଉଠନ୍ତି। ଏଭଳି ପରିସ୍ଥିତିରେ ଆପଣଙ୍କ ଜୀବନ ପ୍ରତି ବିପଦ ମଧ୍ୟ ରହିପାରେ।