ଯଦି ଚାହୁଁଛ ଶାନ୍ତି, ତେବେ ପଣବନ୍ଦୀଙ୍କୁ ପ୍ରଥମେ କର ମୁକ୍ତ, ହମାସକୁ ଇସ୍ରାଏଲର ଚେତାବନୀ…

ଜେରୁଜେଲମ,୨୫।୧୦: ଇସ୍ରାଏଲ ଯେଉଁ ସ୍ଥାନଗୁଡିକରେ ଇସ୍ରାଏଲ ନାଗରିକମାନଙ୍କୁ ପଣବନ୍ଦୀ ଭାବେ ରଖାଯାଉଛି ସେ ସମ୍ବନ୍ଧରେ ସୂଚନା ପ୍ରଦାନ କରିବାକୁ ଗାଜା ଅଞ୍ଚଳର ଲୋକଙ୍କୁ ଅନୁରୋଧ କରିଛି। ଯେଉଁମାନେ ସୂଚନା ପ୍ରଦାନ କରୁଛନ୍ତି ସେମାନଙ୍କୁ ମଧ୍ୟ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ହମାସ ଆତଙ୍କବାଦୀମାନେ ୨୦୦ ରୁ ଅଧିକ ଲୋକଙ୍କୁ ବନ୍ଧକ ରଖିଛନ୍ତି।

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ) ବନ୍ଧକମାନଙ୍କୁ ଉଦ୍ଧାର କରିବାରେ ସଠିକ ସୂଚନା ପାଇଁ ଅର୍ଥ ଦେବାକୁ କହିଛି। ତେବେ ସୂଚନା ପ୍ରଦାନ କରୁଥିବା ବ୍ୟକ୍ତିଙ୍କ ସୁରକ୍ଷା ଏବଂ ଗୋପନୀୟତା ପ୍ରତି ଧ୍ୟାନ ଦେବାକୁ ମଧ୍ୟ ଆଇଡିଏଫ ପ୍ରତିଶ୍ରୁତି ଦେଇଛି। ଯଦି ଚାହୁଁଛ ଶାନ୍ତି, ତେବେ ପଣବନ୍ଦୀଙ୍କୁ ପ୍ରଥମେ ମୁକ୍ତ କରିବାକୁ ହମାସକୁ ଇସ୍ରାଏଲର ଚେତାବନୀ ଦେଇଛି।

ଆଇଡିଏଫ କହିଛି େ ଯଦି ଆପଣ ଶାନ୍ତିରେ ବଞ୍ଚିବାକୁ ଏବଂ ଆପଣଙ୍କ ପିଲାମାନଙ୍କ ପାଇଁ ଏକ ଭଲ ଭବିଷ୍ୟତ ଦେବାକୁ ଚାହୁଁଛନ୍ତି, ତେବେ ତୁରନ୍ତ ମାନବିକ କାର୍ଯ୍ୟ କରନ୍ତୁ ଏବଂ ବନ୍ଧକମାନେ କେଉଁଠାରେ ଲୁଚି ରହିଛନ୍ତି ସେ ସମ୍ବନ୍ଧରେ ସୂଚନା ଦିଅନ୍ତୁ। ଇସ୍ରାଏଲ ସେନା ଆପଣଙ୍କୁ ନିଶ୍ଚିତ କରୁଛି ଆପଣଙ୍କୁ ଏବଂ ଆପଣଙ୍କ ପରିବାରକୁ ସୁରକ୍ଷା ଯୋଗାଇବା ପାଇଁ ଆମେ ଯଥାସାଧ୍ୟ ଚେଷ୍ଟା କରିବୁ। ଏଥିପାଇଁ ଆପଣଙ୍କୁ ପୁରସ୍କାର ସୱରୂପ ଟଙ୍କା ଦିଆଯିବ। ଆମେ ଆପଣଙ୍କୁ ଗ୍ୟାରେଣ୍ଟି ଦେଉଛୁ ଏହି ସବୁ ଗୋପନୀୟ ଭାବରେ ଘଟିବ। ସୂଚନା ପ୍ରଦାନ କରୁଥିବା ବ୍ୟକ୍ତିଙ୍କ ପାଇଁ ଆଇଡିଏଫ ନମ୍ବର ୮୬୧୯ ହ୍ବାଟସ ଆପ, ଟେଲିଗ୍ରାମ, ସିଗନାଲ: +୯୭୨୫୦୩୯୫୭୯୯୨ ଜାରି କରିଛି ।

Share