Categories: ଫୁରସତ

ନିଜ ବିବାହ ଲାଗି ବୁକ୍‌ କରିବାକୁ ଚାହୁଁଛନ୍ତି କି ପୁରା ଟ୍ରେନ୍‌, ଜାଣନ୍ତୁ କେତେ ହେବ ଖର୍ଚ୍ଚ…

ପ୍ରାୟ ସମସ୍ତେ ନିଜ ବିବାହରେ କିଛି ସ୍ବତନ୍ତ୍ର କରିବାକୁ ଚାହାନ୍ତି। ବିବାହରେ ବରଯାତ୍ରୀ ଆସିବାର ପରମ୍ପରା ରହିଛି। ଏଥିଲାଗି ବରପକ୍ଷଙ୍କୁ ଅନେକ ଗାଡ଼ି ବୁକ୍‌ କରିବାକୁ ପଡେ। ହେଲେ ଯଦି କେହି ଟ୍ରେନ୍‌ରେ ବରଯାତ୍ରୀ ନେଇ ଯିବାକୁ ଚାହାନ୍ତି ତେବେ କିଛି ନିୟମ ରହିଛି। ଜଣେ ଚାହିଁଲେ ପୁରା ଟ୍ରେନ୍‌ ନଚେତ ଟ୍ରେନ୍‌ର ଏକ କୋଚ୍‌କୁ ବରଯାତ୍ରୀ ଲାଗି ବୁକ୍‌ କରିପାରିବେ। ଏଥିଲାଗି ଭାରତୀୟ ରେଳ ବିଭାଗ ପକ୍ଷରୁ ଏଫ୍‌ଟିଆର ସୁବିଧା ଉପଲବ୍ଧ ହେଉଛି।

ରେଳ ବିଭାଗର ଡବ୍ଲୁଡବ୍ଲୁଡବ୍ଲୁ.ଏଫ୍‌ଟିଆର୍‌.ଆଇଆର୍‌ସିଟିସି.କୋ.ଇନ୍‌ରେ ଯାଇ ଆବଶ୍ୟକ ବୁକିଂ କରିହେବ। ଏକ କୋଚ୍‌ ଲାଗି ସାଧାରଣ ଭଡ଼ାରୁ ୩୦ରୁ ୩୫% ଅଧିକ ଖର୍ଚ୍ଚ(୫୦ହଜାର ଟଙ୍କା) ଦେବାକୁ ହେବ। ସେହିଭଳି ପୁରା ଟ୍ରେନ୍‌ ବୁକ୍‌ କରିବା ଲାଗି ୯ ଲକ୍ଷ ଟଙ୍କା ଦେବାକୁ ପଡ଼ିବ। ଏହାଛଡ଼ା ସୁରକ୍ଷା ନିଧି ଟଙ୍କା ଜମା କରିବାକୁ ହେବ। ଯାତ୍ରା ଶେଷ ହେବା ପରେ ଏହି ଟଙ୍କା ଫେରସ୍ତ ମିଳିଯିବ। ତେବେ ଏଥିଲାଗି ଯାତ୍ରାର ୬ ମାସ ପୂର୍ବରୁ ବୁକିଂ କରିବାକୁ ହେବ।

Share