Posted inଜାତୀୟ

ଆପଣଙ୍କ ଘରକୁ ଯିବାକୁ ଚାହୁଁଛି ହେଲେ ସମ୍ମୁଖରେ ପାଣି ଭର୍ତ୍ତି: ହିମନ୍ତଙ୍କର ମନେ ପଡ଼ିଲା କେଜରିଓ୍ବାଲଙ୍କ ନିମନ୍ତ୍ରଣ…

ନୂଆଦିଲ୍ଲୀ,୧୬।୭ : ସମ୍ପ୍ରତିି ଯମୁନା ନଦୀର ଜଳସ୍ତର କମିବାରେ ଲାଗିଛି। କିନ୍ତୁ ରାଜଧାନୀ ଦିଲ୍ଲୀ ପ୍ରବଳ ବନ୍ୟା ପରିସ୍ଥିତିର ମୁକାବିଲା କରୁଛି। ଏପରିସ୍ଥଳେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଏକ ପୁରୁଣା ନିମନ୍ତ୍ରଣକୁ ମନେ ପକାଇଛନ୍ତି। କେଜରିୱାଲଙ୍କ ଘର ବୁଲି ଯିବା ପାଇଁ ସେ ନିମନ୍ତ୍ରଣକୁ ଅପେକ୍ଷା କରିଛନ୍ତି ବୋଲି ହିମନ୍ତ କହିଛନ୍ତି। ନିମନ୍ତ୍ରଣ ଗ୍ରହଣ କରି ସେ କେଜରିୱାଲଙ୍କ ଘର ବୁଲି ଯିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ବାସ୍ତବରେ, କୌତୁହଳର ବିଷୟ ହେଉଛି ଦିଲ୍ଲୀର ସିଭିଲ ଲାଇନରେ କେଜରିୱାଲଙ୍କ ଘର ସମ୍ଭୁଖରେ ପାଣି ଜମା ହୋଇଯାଇଛି। ଏହାକୁ ନିଷ୍କାସନ କରାଯାଇଛି।

ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ଏବଂ ଗୁଆହାଟୀଭଳି ସହରରେ ସହରୀ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ହିମନ୍ତ ଗୁରୁତ୍ୱାରୋପ କରିଛନ୍ତି। ପରିବେଶ ପରିବର୍ତ୍ତନ କରିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।

ଜୁଲାଇ ୧୩ ରେ, ଯେତେବେଳେ ଯମୁନା ନଦୀର ଜଳ ସ୍ତର ଏକ ରେକର୍ଡ ସ୍ତରରେ ପହଞ୍ଚିଥିଲା ସେତେବେଳେ ହିମନ୍ତ ଦିଲ୍ଲୀ ବିଷୟରେ ଏକ ମନ୍ତବ୍ୟ ଟୁଇଟ କରି କହିଥିଲେ। ଯେଉଁଥିରେ ସେ ଲୋକମାନଙ୍କୁ ତାଙ୍କ ସହର ଗୁଆହାଟୀରେ ରହିବାକୁ କହିଥିଲେ । କିନ୍ତୁ ସମବେଦନା ଜଣାଇଲେ। ତେବେ ପରେ ସେ ଏହି ଟୁଇଟକୁ ଡିଲିଟ କରିଥିଲେ। ଆମ ଆଦମୀ ପାର୍ଟିର ଆସାମ ୟୁନିଟ ଏହି ଟୁଇଟକୁ ବିରୋଧ କରି ଯୁକ୍ତି ବାଢ଼ିଥିଲା ଯଦି ବନ୍ୟା ସମୟରେ ହିମନ୍ତ ଦିଲ୍ଲୀ ଗସ୍ତ କରନ୍ତି, ତେବେ ଆସାମ ଅପେକ୍ଷା ସେ ଉନ୍ନତ ପରିଚାଳନା, ଶାସନ ଏବଂ ରିଲିଫ ସୁବିଧା ଦେଖିବାକୁ ପାଇବେ।

ପୂର୍ବରୁ କେଜରିୱାଲ ଦିଲ୍ଲୀର ସ୍କୁଲ ଏବଂ ଡାକ୍ତରଖାନାଗୁଡ଼ିକ ହିମନ୍ତଙ୍କୁ ଦେଖାଇବାକୁ ଇଚ୍ଛା ପ୍ରକାଶ କରିଥିଲେ। ଯେଉଁଥିରେ ହିମନ୍ତ ଉତ୍ତର ଦେଇଥିଲେ ସେ ଏହି ନିମନ୍ତ୍ରଣ ଗ୍ରହଣ କରିବେ, କିନ୍ତୁ କେଜ୍ରିୱାଲ ତାଙ୍କୁ ନେବାକୁ ଚାହୁଁଥିବା ସ୍ଥାନକୁ ନୁହେଁ ବରଂ ନିଜ ପସନ୍ଦର ସ୍ଥାନକୁ ଯିବେ।


Enter your email to get our daily news in your inbox.

All Right Reserved By Dharitri.Com

ଭରତପୁର ଥାନା ଘଟଣା: ଉଦ୍‌ବେଗ ପ୍ରକାଶ କଲେ ରାହୁଲ ଗାନ୍ଧି

ଭୁବନେଶ୍ୱର,୨୦ା୯: ଭରତପୁର ଥାନାରେ ମେଜର ଏବଂ ତାଙ୍କ ବାନ୍ଧବୀଙ୍କ ପୋଲିସର ଅତ୍ୟାଚାର ଏବଂ ଯୌନ ନିର୍ଯାତନା ଅଭିଯୋଗ ମାମଲା ଓଡ଼ିଶାକୁ ସାରା ଦେଶରେ ଲଜ୍ଜିତ କରିଛି।...

ଦିବ୍ରୁଗଡ଼ ଚେକ୍‌ପୋଷ୍ଟ ସିଲ୍‌ କଲେ ପଶ୍ଚିମବଙ୍ଗ ସରକାର: ରାସ୍ତାରେ ଅଟକିଛି ହଜାର ହଜାର ଟ୍ରକ୍‌

ରାଞ୍ଚି,୨୦ା୯: ପଶ୍ଚିମବଙ୍ଗ ସରକାର ଦିବ୍ରୁଗଡ଼ ଚେକ୍‌ପୋଷ୍ଟ ସିଲ୍‌ କରିଦେଇଥିବାରୁ ଝାଡ଼ଖଣ୍ଡରୁ ଯାଉଥିବା ହଜାର ହଜାର ଭାରୀଯାନ ୧୯ ନମ୍ବର ଜାତୀୟ ରାଜପଥରେ ଅଟକି ରହିଛି। ଆନ୍ତଃରାଜ୍ୟ...

ସୁପ୍ରିମକୋର୍ଟଙ୍କ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ହ୍ୟାକ୍‌

ନୂଆଦିଲ୍ଲୀ,୨୦ା୯: ସୁପ୍ରିମକୋର୍ଟଙ୍କ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଶୁକ୍ରବାର ହ୍ୟାକ୍‌ ହୋଇଛି। ଆମେରିକୀୟ କମ୍ପାନୀ ରିପଲ୍‌ ଲାବ୍‌ସ ଦ୍ୱାରା ବିକଶିତ କ୍ରିପ୍ଟୋକରେନ୍ସିର ପ୍ରଚାର ପ୍ରସାର କରାଉଥିବା ଭିଡିଓ ଏଥିରେ...

ଭରତପୁର ଥାନା ଘଟଣା: ଓଡ଼ିଶା ସରକାରଙ୍କୁ କଡ଼ା ସମାଲୋଚନା କଲେ ପ୍ରିୟଙ୍କା ଗାନ୍ଧି

ଭୁବନେଶ୍ୱର,୧୯।୯: ଭରତପୁର ଥାନା ଘଟଣାକୁ ନେଇ ଓଡ଼ିଶା ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ। ଏକ୍ସରେ ଏକ ପୋଷ୍ଟ କରି...

ମହାପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତି କିଣି ଅନଲାଇନ୍ ପେମେଣ୍ଟ୍ କଲେ ପ୍ରଧାନମନ୍ତ୍ରୀ; କହିଲେ ବଡ଼ କଥା

ଭୁବନେଶ୍ୱର,୨୦।୯: ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାର ଏକ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନ ମହାରାଷ୍ଟ୍ରର ୱାର୍ଦ୍ଧା ଗସ୍ତ ୧ ଲକ୍ଷ ହିତାଧିକାରୀଙ୍କୁ...

ତିରୁପତିର ପ୍ରସାଦ ବିବାଦ: କଡ଼ା ନିର୍ଦ୍ଦେଶ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୦।୯: ତିରୁପତିର ଶ୍ରୀଭେଙ୍କଟେଶ୍ୱର ମନ୍ଦିରର ପ୍ରସାଦ ଭାବେ ଶ୍ରଦ୍ଧାଳୁମାନଙ୍କୁ ମିଳୁଥିବା ଲଡୁରେ ଗୋରୁ ଚର୍ବି, ମାଛ ତେଲ ରହିଥିବା ଏକ ଲାବରେଟୋରି ରିପୋର୍ଟରୁ ସ୍ପଷ୍ଟ ହୋଇଛି।...

ଭାଜପା ବିଧାୟକ ବିବାଦୀୟ ମନ୍ତବ୍ୟ: ପୋଲିସକୁ ୨୪ ଘଣ୍ଟା ଛୁଟିରେ ପଠାଇ ଦିଆଯାଉ, ହିନ୍ଦୁମାନେ କରିବେ ଶକ୍ତି ପ୍ରଦର୍ଶନ

ନୂଆଦିଲ୍ଲୀ,୨୦।୯: ଭାଜପା ବିଧାୟକ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କ ପୁଅ ନୀତେଶ ରାଣେ ପୁଣି ଥରେ ବିବାଦୀୟ ବିବୃତ୍ତି ଦେଇଛନ୍ତି। ମହାରାଷ୍ଟ୍ରର ସାଙ୍ଗଲିରେ...

ଜବରଦସ୍ତ ଅଫର୍‌: ଯେକୌଣସି ଫିଲ୍ମ ହଲ୍‌ରେ ଦେଖିପାରିବେ ମାତ୍ର ୯୯ ଟଙ୍କାରେ

ଭୁବନେଶର,୨୦।୯: ଆଜି ଜାତୀୟ ସିନେମା ଦିବସ। ଏହାକୁ ଦୃଷ୍ଟିରେ ରଖି ସିନେପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ହଲ୍‌ରେ ଯେକୌଣସି ଫିଲ୍ମ ଦେଖିବାକୁ ଯିବେ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri