୪୦ ବର୍ଷ ପରେ ନିଜକୁ ଫିଟ୍‌ ରଖିବାକୁ ଚାହୁଁଥିଲେ, ଏହିସବୁ ଅଭିନେତ୍ରୀଙ୍କ ଫିଟ୍‌ନେସ୍‌ ଟିପ୍ସ କରନ୍ତୁ ଫଲୋ

ବଲିଉଡ ସେଲିବ୍ରିଟିମାନେ ନିଜକୁ ଫିଟ୍‌ ରଖିବାକୁ କଠିନ ପରିଶ୍ରମ କରନ୍ତି। ଅନେକ ସେଲିବ୍ରିଟି ଫିଟ୍‌ ରହିବା ପାଇଁ ପ୍ରତିଦିନ ଯୋଗ କରିବାକୁ ଆଦୌ ଭୁଲନ୍ତି ନାହିଁ। ମଲାଇକା ଆରୋରାଙ୍କଠାରୁ ବିପାଶାଙ୍କ ପର୍ଯ୍ୟନ୍ତ ଅଭିନେତ୍ରୀମାନେ ୪୦ ବର୍ଷ ବୟସ ଅତିକ୍ରମ କରିଥିଲେ ମଧ୍ୟ ସେମାନେ ଗ୍ଲାମରସ ଏବଂ ଫିଟ ଦେଖାଯାଉଛନ୍ତି। ଏହି ଅଭିନେତ୍ରୀମାନେ କେବଳ ଯୋଗକୁ ସେମାନଙ୍କର ଦୈନନ୍ଦିନ ଜୀବନରେ ସାମିଲ କରିନାହାନ୍ତି, ବରଂ ସେମାନଙ୍କର ଖାଦ୍ୟପେୟକୁ ମଧ୍ୟ ସନ୍ତୁଳିତ ରଖିଛନ୍ତି। ଆସନ୍ତୁ ଜାଣିବା ନିଜକୁ ଫିଟ ରଖିବା ପାଇଁ ଅଭିନେତ୍ରୀମାନେ କ’ଣ କରନ୍ତି।


ଅଭିନେତ୍ରୀ ମଲାଇକା ଆରୋରାଙ୍କୁ ୪୭ ବର୍ଷ ବୟସ ହୋଇଛି କିନ୍ତୁ ତାଙ୍କ ଫିଟନେସ ଏବଂ ଗ୍ଲାମର ସହିତ ସେ ଯୁବ ଅଭିନେତ୍ରୀମାନଙ୍କୁ ପଛରେ ପକାଇ ଦିଅନ୍ତି। ମଲାଇକା ପ୍ରତିଦିନ ଯୋଗ କରିବା ସହ ସୋସିଆଲ ମିଡିଆ ମାଧ୍ୟମରେ ଏଥିପ୍ରତି ଲୋକଙ୍କୁ ଉତ୍ସାହିତ କରୁଥିବା ମଧ୍ୟ ଦେଖାଯାଏ। ମଲାଇକା ତାଙ୍କ ବ୍ୟାୟାମ ଏବଂ ଯୋଗ ରୁଟିନକୁ କଡା ଭାବରେ ଅନୁସରଣ କରନ୍ତି। ଯୋଗ କରିବା ସହ ମଲାଇକା ଖାଦ୍ୟ ସଠିକ୍‌ ଭାବେ ନିଅନ୍ତି। ପ୍ରତିଦିନ ଖାଦ୍ୟରେ କିଛି ପରିମାଣର ଘିଅ ଏବଂ ପାଣିରେ ମହୁ ମିଶାଇ ପିଅନ୍ତି। ଶୋଇବାର ଦୁଇ ଘଣ୍ଟା ପୂର୍ବରୁ ରାତ୍ରୀ ଭୋଜନ କରିବା ଉଚିତ, କାରଣ ଏହା ହଜମ ହେବା ସହଜ ଅଟେ ବୋଲି ମଲାଇକା ବିଶ୍ୱାସ କରନ୍ତି।


ବଲିଉଡର ଫିଟ୍‌ ଅଭିନେତ୍ରୀମାନଙ୍କ ମଧ୍ୟରେ ଶିଳ୍ପା ଶେଟ୍ଟୀ ଅନ୍ୟତମ। ୪୭ ବଷର୍ର୍ୀୟା ଶିଳ୍ପା ଯୋଗ ପାଇଁ ପ୍ରସିଦ୍ଧ। ସେ ଅନେକ ସମୟରେ ନିଜର ଯୋଗ ଭିଡିଓ ପ୍ରଶଂସକଙ୍କ ସହ ଶେୟାର କରନ୍ତି। ଯୋଗ ଏବଂ ବ୍ୟାୟାମ ବ୍ୟତୀତ ସେ ପ୍ରୋଟିନଯୁକ୍ତ ଖାନ୍ୟ ଖାଆନ୍ତି। ତାଙ୍କ ଦିନ ଆମଲା ଏବଂ ଆଲୋଭେରା ରସରୁ ଆରମ୍ଭ ହୁଏ। ଖାଦ୍ୟରେ ଅଲିଭ ତେଲର ବ୍ୟବହାର ସହିତ ସେ ପ୍ରାୟତଃ ଶାକାହାରୀ ଏବଂ ସନ୍ତୁଳିତ ଖାଦ୍ୟକୁ ପସନ୍ଦ କରନ୍ତି।


ଅଭିନେତ୍ରୀ ବିପାଶା ବସୁ ମଧ୍ୟ ତାଙ୍କ ଚମତ୍କାର ଫିଟନେସ ପାଇଁ ଚର୍ଚ୍ଚାରେ ଥାନ୍ତି। ନିଜକୁ ଫିଟ ରଖିବା ପାଇଁ ବିପାଶା ଯୋଗ ଏବଂ ବିଭିନ୍ନ ବ୍ୟାୟାମରୁ ସକାଳ ଆରମ୍ଭ କରନ୍ତି। ସେ ମଧ୍ୟ ଫିଟ ରହିବାକୁ ଲୋକଙ୍କୁ ପ୍ରେରଣା ଦିଅନ୍ତି। ସେ ନିଜର ଏକ ଡିଭିଡି ମଧ୍ୟ ରିଲିଜ କରିଛନ୍ତି। ଏକାସାଙ୍ଗରେ ଅଧିକ ଖାଇବା ପରିବର୍ତ୍ତେ, ସେ ଦିନକୁ ଛଅରୁ ସାତ ଥର ଖାଦ୍ୟ ଗ୍ରହଣ କରନ୍ତି। ସେ ଖାଦ୍ୟରେ ସବୁଜ ପନିପରିବା, ଅଣ୍ଡା, ଟୋଷ୍ଟ ଏବଂ ଫଳ ସାମିଲ କରନ୍ତି। ଏହା ବ୍ୟତୀତ ଶରୀରକୁ ହାଇଡ୍ରେଟ ରଖିବା ପାଇଁ ସେ ପ୍ରଚୁର ପାଣି ପିଇଥାନ୍ତି।

Share