କରୋନାରୁ ମୁକ୍ତି ପାଇବାକୁ ମଧ୍ୟପ୍ରଦେଶର ଜଣେ ମନ୍ତ୍ରୀ ଏୟାରପୋର୍ଟରେ ପୂଜାର୍ଚ୍ଚନା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଭାଜପା ନେତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ଉଷା ଠାକୁର ଇନ୍ଦୋର ବିମାନବନ୍ଦରଠାରେ ମାସ୍କ ନ ପିନ୍ଧି ଦେବୀ ଅହଲ୍ୟା ବାଇ ହୋଲ୍କରଙ୍କୁ ପୂଜା ସହ ନାଚଗୀତ କରୁଥିବା ଦେଖିବାକୁ ମିଳିଛି। ତାଙ୍କ ସହ ଏୟାରପୋର୍ଟ ନିର୍ଦ୍ଦେଶକ ଆର୍ଯ୍ୟାମା ସନ୍ନ୍ୟାସ ଏବଂ ଅନ୍ୟ କର୍ମଚାରୀ ମଧ୍ୟ ସାମିଲ ଥିଲେ। ମନ୍ତ୍ରୀ ଠାକୁର ପୂର୍ବରୁ ସର୍ବସାଧାରଣରେ ମାସ୍କ ପିନ୍ଧୁ ନ ଥିବାରୁ ସମାଲୋଚନାର ଶିକାର ହୋଇଥିଲେ। ପ୍ରତିଦିନ ହୋମଯଜ୍ଞ ଓ ହନୁମାନ ଚାଳିଶା ପଢ଼ୁଥିବାରୁ ତାଙ୍କୁ ମାସ୍କ ପିନ୍ଧିବା ଦରକାର ନାହିଁ ବୋଲି ସେ କହିଛନ୍ତି। ଏଭଳି କରି ସେ ନୂଆ ବିବାଦରେ ଫସିଛନ୍ତି।