Categories: ଫୁରସତ

ବ୍ୟାଙ୍କ୍‌ ଡିପୋଜିଟ୍‌ ଫର୍ମରେ ଏମିତି ଲେଖିଦେଲେ ବ୍ୟକ୍ତି, ଦେଖିଲେ ହସି ହସି ଗଡିବେ

ସୋସିଆଲ ମିଡିଆରେ ଲୋକଙ୍କ ସହ ଯୋଡି ହେବାର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ। ବେଳେବେଳେ ଫଟୋ ହେଉ କି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ, ଯାହା ଲୋକଙ୍କୁ ହସିବାର ଖୋରାକ ଯୋଗାଇଥାଏ। ନିକଟରେ ସେମିତି ଏକ ପୋଷ୍ଟ ଭାଇରାଲ ହୋଇଛି। ଭାଇରାଲ ପୋଷ୍ଟରେ ଏକ ବ୍ୟାଙ୍କ ଡିପୋଜିଟ୍‌ ସ୍ଲିପ ନଜର ଆସିଛି, ଯେଉଁଥିରେ ଜଣେ ବ୍ୟକ୍ତି ଆମାଉଣ୍ଟ୍‌ ବା ରାଶି ସ୍ଥାନରେ କେତେ ଟଙ୍କା ଲେଖିବା ପରିବର୍ତ୍ତେ ନିଜ ରାଶିର ନାମ ତୁଳା ଲେଖିଦେଇଛନ୍ତି। ଏହି ମଜାଦାର ପୋଷ୍ଟ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି।
ୟୁଜର୍ସ ସମ୍ପୃକ୍ତ ବ୍ୟକ୍ତିଙ୍କ କାର୍ଯ୍ୟ ଦେଖି ନିଜ ହସକୁ ରୋକି ନ ପାରିନାହାନ୍ତି। ଏହି ପୋଷ୍ଟ ଏବେ ଭାଇରାଲ ହେବାରେ ଲାଗିଛି।

Share